ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ -୨୦୨୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ୮୨୨୦ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୨୦୨୪ ଫେବୃଆରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୭୩୦ଜଣ ମହିଳା ରହିଛନ୍ତି। ୨୦୨୩ ଅକ୍ଟୋବର ୧୫ରେ ଓସିଏ ପକ୍ଷରୁ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ପରୀକ୍ଷା ଦେଇଥିଲେ। ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ଅନୁଷ୍ଠିତ ହେବ। ପରୀକ୍ଷା ସଂକ୍ରାନ୍ତରେ ଓପିଏସସି ୱେବସାଇଟରେ ସବିଶେଷ ତଥ୍ୟ ରହିଥିବା ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।






More Stories
ଭରତପୁରରେ ବୁଲିଲା ବୁଲଡୋଜର…..
ବିଜୁ ବାବୁଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବ ଆମ ସରକାର…..
ଓଏଏସ୍ ଅଧିକାରୀସ୍ତରରେ ଅଦଳବଦଳ……