ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କର ୧ କୋଟି ୪୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ସହ ବିପୁଳ ପରିମାଣର ଆୟବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ | ଗତକାଲି ଓଏସଆରଟିସିର ମୁଖ୍ୟ ଆକାଉଣ୍ଟସ୍ ଅଫିସର୍ ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଜୟ କୁମାର ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଥିଲା। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଇଥିଲା। ସୂଚନା ଅନୁଯାୟୀ, ବିଜୟଙ୍କ ଭୁବନେଶ୍ୱରରେ ଥିବା କାର୍ଯ୍ୟାଳୟ, ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ତାଙ୍କର ପଳାଶୁଣୀ ଘରଟି ଭଡ଼ାରେ ଲାଗିଥିବା ପ୍ରାଥମିକ ସୂଚନା ରହିଛି। କେରଳର ଏର୍ଣ୍ଣାକୁଲମରେ ତାଙ୍କର ଫ୍ଲାଟ୍ ଥିବା ଜଣାଯାଇଛି
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..