Report Card Odisha

| Daily Odia News

୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ସୁପାରିଶ…..

ରିପୋର୍ଟ କାର୍ଡ / ବାଲେଶ୍ୱର

ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍ଏସ୍‌ସିକୁ ସୁପାରିଶ କରିଛନ୍ତି ବାଲେଶ୍ୱର ଏସପି। ସେପଟେ OSSCକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ଓ ପୂର୍ବତନ ପୋଲିସ ଅଧିକାରୀ। ଆଉ ବିରୋଧୀ ଘଟଣାରେ ସରକାରଙ୍କ ତଦନ୍ତକୁ କଡା ସମାଲୋଚନା କରି ସିବିଆଇ କିମ୍ବା ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି। ଖାଲି ସେତିକି ନୁହେଁ ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ସିଂ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ସେ ଚାକିରୀ କରୁଥିବା ପାଟନା ଆକାଉଣ୍ଟାଣ୍ଚ ଜେନେରାଲଙ୍କୁ ବି ଚିଠି ଲେଖିଛନ୍ତି ବାଲେଶ୍ୱର ଏସପି। ଗିରଫ ହୋଇଥିବା କନ୍ଧମାଳର ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ଯାଜପୁରର ଶିକ୍ଷକ ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବି ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏସପି ଚିଠି ଲେଖିଛନ୍ତି। ଆବଶ୍ୟକ ହେଲେ ରାଜ୍ୟ ବାହାରର ଯେଉଁ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ,ସେଠାକାର ସିସିଟିଭି ଫୁଟେଜ୍‌ ଚେକ୍ କରାଯିବା ସହ ପ୍ରେସ୍ ମାଲିକଙ୍କୁ ବି ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ।

Breaking News