Report Card Odisha

| Daily Odia News

ଓଟିଏମ ଜମି ଦଖଲ କଲା ପ୍ରଶାସନ……

ରିପୋର୍ଟ କାର୍ଡ / କଟକ

କଟକ ଜିଲ୍ଲାର ଅନ୍ତର୍ଗତ ଚୌଦ୍ୱାରରେ ଥିବା ଓଟିଏମ୍‌କୁ ଦଖଲ କରିଛି ଜିଲ୍ଲା ପ୍ରଶାସନ | ଓଟିଏମ୍‌ର ପୁନରୁଦ୍ଧାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିଥିବା ଜଣାପଡିଛି । ନିର୍ଦ୍ଦେଶ ଅନୁଯାୟୀ ଅଫିସିଆଲ ଲିକ୍ୟୁଡିଟେରଙ୍କ ଠାରୁ ଓଟିଏମର ୫୨୧ ଏକର ଜମିକୁ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛି। ଗତ ୩ ତାରିଖ ସୁଦ୍ଧା ଏହି ପ୍ରକିୟା ଶେଷ ହୋଇଛି ବୋଲି ଆଜି କଟକ ଜିଲ୍ଲାପାଳ   ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଟାଙ୍ଗୀ, ଚୌଦ୍ୱାର ତହସିଲଦାର ଏହି ପ୍ରକିୟାକୁ ଆଗେଇ ନେଇଛନ୍ତି। ଜମି, ଆସବାବପତ୍ର ଓ ଆବାସିକ କ୍ୱାର୍ଟର୍ସଗୁଡିକୁ ଏହି ପ୍ରକିୟାରେ ସାମିଲ କରାଯାଇଛି। ଇଡକୋକୁ ଏହାର ଦେଖାଶୁଣା ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାହା ରହିବ ଜିଲ୍ଲା ପ୍ରଶାସନ ସେହି ଅନୁଯାୟୀ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।

Breaking News