Report Card Odisha

| Daily Odia News

ଓଟିଏମ୍ ପାଇଁ ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର…..

ରିପୋର୍ଟ କାର୍ଡ / କଟକ

ଓଟିଏମ୍ ପୁନରୁଦ୍ଧାର ମାମଲାର ୧୧୫ କୋଟି ଟଙ୍କା ଦେବେ ରାଜ୍ୟ ସରକାର | ଆସନ୍ତା ମାସ ୧୫ ସୁଦ୍ଧା ଟଙ୍କା ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି । ଅଫିସିଆଲ୍ ଲିକ୍ୟୁଡେଟରଙ୍କ ନିକଟରେ ଟଙ୍କା ଜମା କରିବେ ରାଜ୍ୟ ସରକାର । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ବୟନଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ସରକାରୀ ଉତ୍ପାଦନକାରୀ ଓଟିଏମ୍‌ ପରିଚାଳନାଗତ ତ୍ରୁଟି ଲାଗି ତାର ଗୌରବ ହରାଇଥିଲା । ଆର୍ଥିକ କ୍ଷତି ଯୋଗୁଁ ଏହା ବନ୍ଦ ହେବା ସହ ଶ୍ରମିକ ଅଶାନ୍ତି ଜାରି ରହିଥିଲା । ତେବେ କଟକ ଚୌଦ୍ୱାରରେ ସ୍ଥାପିତ ଏହି ଟେକ୍ସଟାଇଲ୍‌ ମିଲ୍‌କୁ ପୁଣି ସକ୍ରିୟ କରିବାକୁ ଦାବି ହୋଇଆସୁଥିବା ବେଳେ ଏବେ ହାଇକୋର୍ଟଙ୍କ ରାୟ ଏହାର ଭବିଷ୍ୟତ ନିର୍ଦ୍ଧାରଣ କରିବ ।

 

Breaking News