ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟ୍ଫର୍ମ ପାଇଁ ଆସିଲା ଗାଇଡଲାଇନ୍ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ସାମ୍ୱାଦିକ ସମ୍ମୀଳନୀରେ ନିୟମ ବିଷୟରେ ସୂଚନା ଦେଇଛନ୍ତି । ସୋସାଲ୍ ମିଡିଆ ପ୍ଲାଟ୍ଫର୍ମକୁ ନେଇ ଭାରତରେ ବ୍ୟବସାୟ କରିବାକୁ ସ୍ୱାଗତ କରାଯାଉଛି । ସରକାର ଏଥିପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି । କିନ୍ତୁ ସୋସାଲ୍ ମିଡିଆକୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ନେଇ ହୋଇଥିବା ମାମଲାର ସାମ୍ନା କରିବାକୁ ମଧ୍ୟ ପଡ଼ିବ । ସୋସାଲ୍ ମିଡିଆ ପାଇଁ ଆସନ୍ତା ୩ ମାସ ମଧ୍ୟରେ ନିୟମ ଲାଗୁ କରାଯିବ । ଫେକ୍ ନ୍ୟୁଜ୍ ଉପରେ ବି ୩ଟି ସ୍ତରରେ ରଖାଯିବ ନଜର । ଅଭିଯୋଗ ଆସିଲେ ୧୫ ଦିନ ଭିତରେ ସମାଧାନ ହେବା ଜରୁରୀ । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ରଖିବେ ମୁଖ୍ୟ ଅଧିକାରୀ । ପ୍ରତି ମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧିକାରୀ । ଆବାସିକ ଅଭିଯୋଗ ଅଧିକାରୀ ଓ ନୋଡାଲ ଅଧିକାରୀ ବି ନିଯୁକ୍ତ ହେବେ । ନିୟମ ଖିଲାପ କଲେ ଅତି କମ୍ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା । ଦେଶରେ ସର୍ବପ୍ରଥମେ କିଏ ଦୋଷ କଲେ ତାହା ଜଣାଇବାକୁ ପଡ଼ିବ । ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବାକୁ ପଦକ୍ଷେପ । ଗୁଜବ ପ୍ରଚାର କରିବା ଡିଜିଟାଲ ମିଡିଆ ପୋର୍ଟାଲର ସ୍ୱାଧୀନତା ନୁହେଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଭାରତରେ ହ୍ୱାଟ୍ସଆପର ୫୩ କୋଟି, ଫେସ୍ବୁକ୍ର ୪୦ କୋଟିରୁ ଅଧିକ ଏବଂ ଟ୍ୱିଟର୍ରେ ପାଖାପାଖି ୧ କୋଟିରୁ ଅଧିକ ବ୍ୟବହାରକାରୀ ରହିଛନ୍ତି । ଭାରତରେ ଏହି କମ୍ପାନୀ ଗୁଡ଼ିକର ସେବା ଅଧିକ ବ୍ୟବହାର କରାଯାଉଛି । ଦିନକୁ ଦିନ ଏହି ପ୍ଲାଟଫର୍ମକୁ ନେଇ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହାର ସମାଧାନ ହେବା ନିଆହାତି ଆବଶ୍ୟକ । ସେପଟେ ପ୍ରକାଶ ଜାଭଡ଼େକର କହିଛନ୍ତି ଓଟିଟି ପ୍ଲାଟଫର୍ମ ବା ଡିଜିଟାଲ୍ ମିଡିଆକୁ ନିଜ କାମର ସୂଚନା ଦେବାକୁ ପଡ଼ିବ । ଏହା କିପରି କଣ୍ଟେଣ୍ଟ୍ ପ୍ରସ୍ତୁତ କରୁଛନ୍ତି ସେ ନେଇ ଜଣାଇବେ । ଏହାପରେ ସମସ୍ତଙ୍କୁ ସେଲ୍ଫ ରେଗୁଲେସନ୍କୁ ଲାଗୁ କରିବାକୁ ପଡ଼ିବ । ଏଥିପାଇଁ ଏକ ବୋର୍ଡ ପ୍ରସ୍ତୁତ କରାଯିବ । ଯେଉଁଥିରେ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ଜର୍ଜ କିମ୍ୱା ଅନ୍ୟ ଜଣେ ବ୍ୟକ୍ତି ଏହାର ମୁଖ୍ୟ ରହିବେ । ଇଲେକ୍ଟ୍ରୋନିକ୍ସ ମିଡିଆ ଭଳି ଡିଜିଟାଲ୍ ପ୍ଲାଟଫର୍ମକୁ ମଧ୍ୟ ନିଜର ଭୁଲ୍ ପାଇଁ କ୍ଷମା ପାର୍ଥନା କରିବାକୁ ହେବ ।
More Stories
ହମାସ୍କୁ ଟମ୍ପ୍ରଙ୍କ ଧମକ, ମଧ୍ୟପ୍ରାଚ୍ୟରେ ବିନାଶ ଆରମ୍ଭ ହେବ…..
ସ୍ବର୍ଣ୍ଣ ମନ୍ଦିର ପରିସରରେ ଗୁଳିମାଡ଼…..
ଗଣହତ୍ୟାର ମାଷ୍ଟରମାଇଣ୍ଡ ହେଉଛନ୍ତି ମହମ୍ମଦ ୟୁନୁସ…..