Report Card Odisha

| Daily Odia News

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ଶ୍ୱେତା ତିୱାରୀ

ମୁମ୍ବାଇ: ଟେଲିଭିଜନର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ତାଙ୍କ ସ୍ୱାମୀ ଅଭିନବ କୋହଲି ଆଣିଛନ୍ତି ବଡ଼ ଅଭିଯୋଗ। ସବୁ ବେଳେ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରୁଥିବା ଶ୍ୱେତା କୁଆଡ଼େ ତାଙ୍କୁ ତାଙ୍କ ପୁଅ ସହ ଦେଖା କରିବାକୁ ଦେଉ ନାହାନ୍ତି। ୪ବର୍ଷର ପୁଅ ରେୟାଂଶକୁ ସେ ଦେଖା କରିପାରୁ ନାହାନ୍ତି । ଏନେଇ ସେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅଭିନବଙ୍କ କହିବା କଥା ଯେତେବେଳେ ଶ୍ୱେତାଙ୍କୁୁ କରୋନା ହୋଇଥିଲା ସେତେବେଳେ ସେ ପୁଅକୁ ଆଣି ତାଙ୍କ ପାଖରେ ଛାଡ଼ି ଦେଇଯାଇଥିଲେ । ହେଲେ ସୁସ୍ଥ ହେବାପରେ ପୁଣି ନେଇଯାଇଛନ୍ତି ଏବଂ ତାଙ୍କୁ ଆଉ ଭେଟିବାକୁ ସୁଯୋଗ ଦେଉନାହାନ୍ତି । ଏନେଇ ଅଭିନବ ମାମଲା ଦାୟର କରିବା ପରେ କୋର୍ଟ ଡିସେମ୍ବରରେ ନୋଟିସ ପଠାଇଥିଲେ । ମାମଲାର ଶୁଣାଣି ଜାନୁଆରୀ ୫କୁ ରହିଥିଲା । ସେଦିନ ଶ୍ୱେତା କୋର୍ଟରେ ହାଜର ହୋଇଥିଲେ ଏବଂ ଜବାବ ରଖିବାକୁ ସମୟ ମାଗିଥିଲେ ବୋଲି ଅଭିନବଙ୍କ ଓକିଲ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟ କହିଛନ୍ତି କି ଅଭିନବ ଭିଡିଓ କଲ୍ ଜରିଆରେ ପୁଅ ରେୟାଂଶ ସହ ଦେଖା କରିପାରିବେ । ଏଥିପାଇଁ ପ୍ରତିଦିନ ସନ୍ଧ୍ୟା ୬ଟାରେ ସମୟରେ ରଖାଯାଇଛି । ମନେ ପକାଇ ଦେଉଛୁ କି ଶ୍ୱେତା ତିୱାରୀଙ୍କର ପ୍ରଥମ ବିବାହ ପରେ ସ୍ୱାମୀ ସହ ବିବାଦ ଦେଖାଯିବା ଯୋଗୁଁ ଛାଡ଼ପତ୍ର ହୋଇଥିଲା । ଏହାପରେ ସେ ଅଭିନବଙ୍କୁ ୨ୟ ବିବାହ କରିଥିଲେ । ତେବେ ଏହି ବିବାହ ମଧ୍ୟ ସଫଳ ନହେବାରୁ ଦୁହେଁ ଅଲଗା ରହୁଛନ୍ତି ।

Breaking News