ଭୋପାଳ: ବଲିଉଡ ଅଭିନେତା ତଥା ଅଭିନେତ୍ରୀଙ୍କ ସାରା ଦେଶରେ ଲକ୍ଷଲକ୍ଷ ଫ୍ୟାନ ଅଛନ୍ତି। ବିଶେଷ କରି ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅଗଣିତ ପ୍ରଶଂସକ ଅଛନ୍ତି । କିନ୍ତୁ ତାଙ୍କ ଏହି ଅଗଣିତ ପ୍ରଶଂସକଙ୍କ ମଧ୍ୟରୁ ଏଭଳି ଜଣେ ଫ୍ୟାନ ଅଛନ୍ତି ଯିଏକି ଶ୍ରୀଦେବୀଙ୍କୁ ନିଜ ପତ୍ନୀ ବୋଲି କୁହନ୍ତି । କେବଳ ସେତିକି ନୁହେଁ ସେ ତାଙ୍କ ପାଇଁ ଆଜି ଯାଏ ଅବିବାହିତ ହୋଇ ରହିଛନ୍ତି। ଭିନ୍ନ ବାରି ହୋଇପଡ଼ୁଥିବା ଏହି ପ୍ରଶଂସକ ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଶ୍ୟୋପୁରର ଗାଁରେ ରହୁଥିବା ଜଣେ ୫୭ ବର୍ଷୀୟ ଓମ୍ ପ୍ରକାଶ । ସେ ଶ୍ରୀଦେବୀଙ୍କୁ ଥରେ ସ୍ୱଚକ୍ଷୁରେ ଦେଖିବା ପାଇଁ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିଲା ନାହିଁ । ତେଣୁ ସେ ପର ଜନ୍ମରେ ନିଶ୍ଚିନ୍ତ ରୂପରେ ଶ୍ରୀଦେବୀଙ୍କୁ ଦେଖିବେ ବୋଲି ଆଶା ରଖିଛନ୍ତି । କେବଳ ସେତିକି ନୁହେଁ ଓମ୍ ପ୍ରକାଶ ଶ୍ରୀଦେବୀଙ୍କ ମୃତ୍ୟୁ ଖବର ଶୁଣି ୫ଦିନ ଯାଏଁ ଉପବାସ ରହିଥିଲେ । ତାଙ୍କ ମୃତ୍ୟୁର ଶୋକ ପାଳନ କରିବାସହ ଅନ୍ନ କି ଜଳ ଗ୍ରହଣ କରିନଥିଲେ । ଏପରିକି ସେ ଲଣ୍ଡା ମଧ୍ୟ ହୋଇଥିଲେ ।
More Stories
ଅଭିନେତାଙ୍କୁ ହତ୍ୟା ଧମକ……
‘ଗେମ୍ ଚେଞ୍ଜର’ ଓ ‘ପୁଷ୍ପା-୨’ ପ୍ରଯୋଜକଙ୍କ ଘରେ IT ରେଡ଼…..
ସଲମାନଙ୍କ ବାଲ୍କୋନୀରେ ଲାଗିଲା ବୁଲେଟ୍ପ୍ରୁଫ୍ କାଚ…..