ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଉ ବୁଥ୍ ଗଣା ହେବନାହିଁ ପଞ୍ଚାୟତ ନିର୍ବାଚନ ଭୋଟ | ଏଣିକି ପଞ୍ଚାୟତ ନିର୍ବାଚନ ଭୋଟ ବ୍ଲକରେ ଗଣତି ହେବ । ଭୋଟ ଗ୍ରହଣ ପରେ ଭୋଟ ବାକ୍ସ ସିଲଡ୍ କରି ବ୍ଲକରେ ରହିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗଣତି ହେବ ଭୋଟ । ଏହି ନିୟମ ପଞ୍ଚାୟତରାଜ ବିଭାଗ କାଉଣ୍ଟିଂ ଆଣିବାକୁ ଯାଉଛି । ଏଥିପାଇଁ ଏକ ଡ୍ରାଫଟ୍ ନୋଟିଫିକେସନ୍ ପ୍ରକାଶ ପାଇଛି। ୧୫ ଦିନ ଭିତରେ ଆପତ୍ତି, ଅଭିଯୋଗ ପରେ ଚୂଡାନ୍ତ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଓଡିଶା ଗ୍ରାମ ପଞ୍ଚାୟତ ଇଲେକସନ୍ ସଂଶୋଧନ ରୁଲ୍ ୨୦୨୧ ଅନୁସାରେ ଭୋଟ ଗ୍ରହଣ ଦିନ କାଉଣ୍ଟିଂ ହେବନି। ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ। ଏହାକୁ ସେଣ୍ଟ୍ରାଲ୍ କାଉଣ୍ଟିଂ କୁହାଯିବ। ପ୍ରାର୍ଥୀ ଏବଂ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ଗଣତି ହେବ। ପୂର୍ବରୁ କିନ୍ତୁ ଏହି ବ୍ୟବସ୍ଥା ନଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଯେଉଁ ଦିନ ଭୋଟଗ୍ରହଣ ହୋଇଥିଲା ସେଦିନ ସେହି ଦିନ ଫଳାଫଳ ଜଣାପଡିଯାଉଥିଲା। ଏବେ ସେଣ୍ଟ୍ରାଲ୍ କାଉଣ୍ଟିଂ ହେବ | ଏଥିପାଇଁ ଏଥର ଅଧିକ ବେଲଟ୍ ବକ୍ସ ଆବଶ୍ୟକ ପଡିବ। ତେଣୁ ଜିଲ୍ଲାପାଳମାନଙ୍କୁ ମଧ୍ୟ ଅଧିକ ବେଲଟ୍ ବକ୍ସ ବଢାଇବାକୁ ରାଜ୍ୟ ନିର୍ବାଚନ କମିଶନ୍ ପକ୍ଷରୁ କୁହଯାଇଛି।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..