ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଯବାନମାନଙ୍କୁ ପ୍ରଶଂସା କରିଛନ୍ତି। କହିଛନ୍ତି ସୀମାନ୍ତରେ ପହରା ଦେଉଥିବା ଯବାନମାନେ ଦେଶର ‘ସୁରକ୍ଷା କବଚ’ | ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ଯବାନଙ୍କ ଯୋଗୁଁ ହିଁ ଲୋକେ ଶାନ୍ତିରେ ନିଦ୍ରା ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ନୌଶେରାରେ ସୈନିକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାମନ୍ତ୍ରୀ କହିଛନ୍ତି, ଆମ ଯବାନମାନେ ‘ମା ଭାରତୀ’ଙ୍କ ‘ସୁରକ୍ଷା କବଚ’। ଆପଣମାନଙ୍କ ଯୋଗୁଁ ହିଁ ଆମ ଦେଶବାସୀ ଶାନ୍ତିରେ ନିଦ୍ରା ଯାଉଛନ୍ତି ଏବଂ ଦୀପାବଳି ଉତ୍ସବ ସୁଖପ୍ରଦ ହେଉଛି। ଆମ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କ ସହିତ ମୁଁ ସବୁଥର ଦୀପାବଳି ପାଳନ କରେ। ଏଠାରେ ଥିବା ଯବାନମାନଙ୍କ ପାଇଁ ଆଜି ମୁଁ କୋଟି କୋଟି ଭାରତୀୟଙ୍କ ଆଶିଷ ନେଇ ଆସିଛି। ଏହା ପରେ ପ୍ରଧାନମନ୍ତ୍ରୀ ଯବାନମାନଙ୍କ ସହ ସ୍ୱକୀୟ ବାର୍ଷିକ ପ୍ରଥାମତେ ଦୀପାବଳି ପାଳନ କରୁଛନ୍ତି। ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀରର ରାଜୌରି ଅନ୍ତର୍ଗତ ନୌଶେରାର ସୀମାନ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଯବାନମାନଙ୍କ ସହ ଦୀପାବଳି ପାଳନ ନିମନ୍ତେ ସେ ସୀମାନ୍ତରେ ଥିବା ‘ଆଉଟ୍ପୋଷ୍ଟ୍’ଗୁଡ଼ିକ ପରିଦର୍ଶନ କରିବେ।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……