ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଖୋର୍ଦ୍ଧା ଜିଲ୍ଲା ବାଘମାରୀ ନିକଟରେ ଓଲଟି ପଡିଛି ଯାତ୍ରୀବାହୀ ବସ୍ । ଫଳରେ ୧୦ ଜଣରୁ ଅଧିକ ଲୋକ ଆହାତ ହୋଇଥିବାବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ତେବେ ସମସ୍ତ ଆହାତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ ଖୋର୍ଦ୍ଧା ବାଘମାରୀ ନିକଟରେ ନିଜର ଭାରସ୍ୟାମ ହରାଇ ଓଲଟି ପଡିଥିଲା । ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣରୁ ଉର୍ଦ୍ଧ ଯାତ୍ରୀ ଆହାତ ହୋଇଥିଲେ ଏବଂ ୨ଜଣ ଗୁରୁତର ଆହାତ ହୋଇଥିଲେ । ଗୁରୁତର ଆହାତମାନଙ୍କୁ ଭୁବନେଶ୍ୱର ସ୍ତାନାନ୍ତର କରାଯାଇଛି । ଏଥିସହିତ ଅନ୍ୟ ଆହାତମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..