ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୁକ୍ତି ଅନୁସାରେ ଫ୍ରାନ୍ସରୁ ଭାରତୀୟ ବାୟୁ ସନାକୁ ୩୬ଟି ଯୁଦ୍ଧ ବିମାନ ମିଳିସାରିଛି । ଫ୍ରାନ୍ସରୁ ଉଡ଼ାଣ ଭରି ଗୁରୁବାର ଶେଷ ତଥା ୩୬ ନମ୍ବର ରାଫେଲଟି ଭାରତରେ ପହଞ୍ଚିଥିଲା। ଯୁଦ୍ଧ ବିମାନ ପହଞ୍ଚିବା ପରେ ଅଧିକ ଉତ୍ସାହିତ ରହିଛି ଭାରତୀୟ ବାୟୁସେନା। ଏନେଇ ଆଇଏଏଫ ପକ୍ଷରୁ ଏକ ଟ୍ୱିଟ କରାଯାଇଛି। ସେଥିରେ ପ୍ୟାକ ସମ୍ପୂର୍ଣ୍ଣ ହୋଇଥିବା ଉଲ୍ଲେଖ ରହିଛି । ୩୬ଟି ରାଫେଲ ଯୋଗାଣ ପାଇଁ ଭାରତ ଫ୍ରାନ୍ସ ସହ ଚୁକ୍ତି କରିଥିଲା। ପୂର୍ବରୁ ଫ୍ରାନ୍ସ ପକ୍ଷରୁ ୩୫ଟି ଯୁଦ୍ଧ ବିମାନ ଯୋଗାଇ ଦିଆଯାଇଥିଲା । ତେବେ ଗୁରୁବାର୩୬ ନମ୍ବର ଜାହାଜଠି ପହଞ୍ଚିଛି। ସେ ଗୁଡ଼ିକୁ ହରିୟାଣାର ଆମ୍ବଲା, ପଶ୍ଚିମବଙ୍ଗର ହସିମରା ସାମରିକ ବିମାନ ଷ୍ଟେସନରେ ରଖାଯାଇଛି । ରାଫେଲର ପ୍ରଥମ ବ୍ୟାଚ୍ ୨୦୨୦ ଜୁଲାଇ ୨୯ରେ ପହଞ୍ଚିଥିଲା।ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।






More Stories
ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ…..
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..