ରିପୋର୍ଟ କାର୍ଡ / କଟକ
ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ହୋଇଛି । କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଘଟିଛି। ଦୁଇ ଦିନ ତଳେ ସେ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। କିଡ୍ନୀ ଜନିତ ସମସ୍ୟା ଯୋଗୁଁ ତାଙ୍କୁ ଗତ ୧୮ ତାରିଖରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏକ ଚାରି ଜଣିଆ ଡାକ୍ତରୀ ଦଳ ତାଙ୍କାର ଚିକିତ୍ସା କରୁଥିଲେ। ହେଲେ ଆଜି ସକାଳେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି | କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ାବ୍ଳକ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗ୍ରାମରେ କମଳା ଜନ୍ମଗ୍ରହଣ କରିଥିଲେ। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ବିଭିନ୍ନ କିସମର ଧାନ ସଂରକ୍ଷଣ ପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା। ନାରୀ ସଶକ୍ତିକରଣ ସହିତ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ଥିଲା। ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଦେଶୀ ବିହନ କିସମର ସଂରକ୍ଷଣ ତଥା ଜୈବୀକ ଚାଷ କରି ଲୋକ ଲୋଚନକୁ ଆସିଥିଲେ।
More Stories
ଅଖିମୁଠି ଅନୁକୂଳ କରି ଜମିରେ ହଳ କଲେ ମୁଖ୍ୟମନ୍ତ୍ରୀ…..
ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ…..
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ…..