ରିପୋର୍ଟ କାର୍ଡ / ଗୁଣୁପୁର
ଗତକାଲି ବିଳମ୍ବିତ ରାତିରେ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ ହୋଇଛି । ଗୁଣୁପୁର ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି। ମୃଦ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ରବିବାରଠାରୁ ତାଙ୍କୁ ସାମାନ୍ୟ ଜ୍ବର ହୋଇଥିଲା । ପରେ ବିଳମ୍ବିତ ରାତିରେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଚେତାଶୂନ୍ୟ ହରାଇବା ସହ ତାଙ୍କର ମୃତ୍ୟୁ ହୋଇଥିଲା । ଭୂଦାନ ଆନ୍ଦୋଳନ ପାଇଁ ବେଶ୍ ପରିଚିତ ଥିଲେ ଶାନ୍ତି ଦେବୀ । ବିଶିଷ୍ଟ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ. ରତନଦାସଙ୍କ ଧର୍ମ ପତ୍ନୀ ହେଉଛନ୍ତି ଶାନ୍ତୀ ଦେବୀ । ନିଜର ଜନସେବା, ନିଷ୍ଠାପର ସାଧନା, ଅନାଥ ଓ ଆଦିବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା କାମରେ ସେ ଅଭିବକ୍ତ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଗତ ସାତ ଦଶନ୍ଧି ଧରି କାମ କରି ଆସୁଥିଲେ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..