Report Card Odisha

| Daily Odia News

ମାର୍ଚ୍ଚ ୨୦ ‘ବିଶ୍ୱବ୍ୟାପୀ ପଖାଳ ଦିବସ’….

ରିପୋର୍ଟ କାର୍ଡ / ଭୁବନେଶ୍ୱର

କୃଷି ପ୍ରଧାନ ରାଜ୍ୟ ହେଉଛି ଓଡିଶା | ଓଡ଼ିଆ ମାନଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ | ଗରିବ ଠାରୁ ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳର ମଜା ନିଅନ୍ତି | ଓଡିଶା ପଖାଳ ପାଇଁ ମଧ୍ୟ ଅନେକ ଦେଶ ଆଉ ରାଜ୍ୟରେ ବେଶ ପରିଚିତ | ଏହା ଓଡ଼ିଶାର ପାରମ୍ପାରିକ ଖାଦ୍ୟ | ଓଡିଶାର ବଡ଼ଠାକୁର ପ୍ରଭୁ ଜଗନ୍ନାଥଙ୍କର ମଧ୍ୟ ପଖାଳ ପ୍ରିୟ | ସେଥିପାଇଁ ମହାପ୍ରଭୁଙ୍କ ପାଖରେ ଦହିପଖାଳ ଲାଗିହୋଇଥାଏ | ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ମହାପ୍ରଭୁ ଜଗନ୍ନଥା ଚନ୍ଦନ ଯାତ୍ରା ସମୟରେ ଦହିପଖାଳ ଖାଇ ଚାପ ଖେଳିବାକୁ ବାହାରିଥାନ୍ତି | ପ୍ରଭୁଙ୍କର ଛପନ ଭୋଗ ମଧ୍ୟରେ ପଖାଳ ରହିଥାଏ  | ପଖାଳର ଏମିତି ଗୁଣ ରହିଛି ଯାହାକି ପେଟରେ ଗଣ୍ଡାଏ ପଡିଗଲେ ମନକୁ ଶାନ୍ତି ମିଳିବା ସହିତ ପେଟକୁ ଥଣ୍ଡା କରିଥାଏ | ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରୁ ପଖାଳର ସ୍ଥାନ ସ୍ୱତନ୍ତ୍ର। ଆଉ ଏହି ପାରମ୍ପାରିକ ଖାଦ୍ୟକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ପାଳନ କରାଯାଉଛି। ଯେତେ ଯାହା ଖାଇଥିଲେ ମଧ୍ୟ ପଖାଳର ଜାଗା କେହି ନେଇ ପାରିବେ ନାହିଁ | ଚଷା ପୁଅ ପେଟରେ କଂସାଏ ପଖାଳ ପଡିଗଲେ ମୁଣ୍ଡରେ ପାଗଭୀଡି ଖୁସି ମନରେ ଖେତକୁ ବାହାରିଯାଏ | ପଖାଳ ନିଜର ଏକ ସ୍ୱତନ୍ତ୍ର ଜାଗା ବଜାଇରଖିଛି | ପଖାଳ ଅନେକ ପ୍ରକାର ରହିଛି ଯଥା – ସଜ ପଖାଳ, ବାସି ପଖାଳ, ଦହି ପଖାଳ, ଛୁଙ୍କ ପଖାଳ | ଆଉ ପଖାଳ ସହ ବଢି ଚୁରା, ଟମାଟୋ ପୋଡା, ବାଇଗଣ ଭରତା, ଆଳୁ ଚକଟା, ସଜନା ଛୁଇଁ ଭଜା, ଜହ୍ନି ପୋଡା, ଭେଣ୍ଡି ଭଜା, ଶାଗ ଭଜା, ଆମ୍ୱଲ ଚକଟା, ତେନ୍ତୁଳି ଖଟା, ଚୁନା ମାଛ ରାଇ, ଛତୁ ବେସର, କାକୁଡି, ଆମ୍ବ, ରସୁଣ, ପିଆଜ, କଞ୍ଚା ଲଙ୍କା, ଆମ୍ବ ଚଟଣି ଥିଲେ ଖାଇବା ଜମି ଯାଏ। ବିଶେଷ କରି ଖରା ଦିନ ଆସିଲେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଏ।

Breaking News