ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ବଳପୂର୍ବକ ଅନ୍ୟ ଧର୍ମରେ ଦୀକ୍ଷିତ କରାଇ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଥିବା କଥା ଜଣାପଡ଼ିଛି। ୧୩ ବର୍ଷ ବୋଲି କୁହାଯାଉଥିବା କବିତା ବାଈ ନାମକ ଉକ୍ତ ନାବାଳିକାଙ୍କୁ ବାହାଲକାନି ଜନଜାତିର ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ଇଚ୍ଛା ନ ଥିଲେ ବି କବିତାଙ୍କୁ ବଳପୂର୍ବକ ବାେରେଲ୍ଓ୍ଵି ମୌଲବୀ ମିଆଁ ମିଠୁ ଇସ୍ଲାମ୍ ଧର୍ମରେ ଦୀକ୍ଷିତ କରାଇଥିଲେ। ପରେ ତାଙ୍କୁ ସମ୍ପୃକ୍ତ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଥିଲା। ‘ସାଉଥ୍ ଏସିଆ ମିଡିଆ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ରିପୋର୍ଟ ଅନୁସାରେ, ବଳପୂର୍ବକ ଧର୍ମାନ୍ତର କରାଯାଇ କବିତା ବାଈଙ୍କୁ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଛି। ଏହି ଅକଥନୀୟ ଘଟଣା ଘଟିଛି ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ କାଶ୍ମୋର ଜିଲ୍ଲାର ତାଙ୍ଗ୍ଓ୍ଵାନି ଅଞ୍ଚଳରେ।‘ସାଉଥ୍ ଏସିଆ ମିଡିଆ ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ରିପୋର୍ଟ ଅନୁସାରେ, ବଳପୂର୍ବକ ଧର୍ମାନ୍ତର କରାଯାଇ କବିତା ବାଈଙ୍କୁ ଅପହର୍ତ୍ତାଙ୍କ ସହ ବିବାହ ଦିଆଯାଇଛି। ଏହି ଅକଥନୀୟ ଘଟଣା ଘଟିଛି ସିନ୍ଧ୍ ପ୍ରଦେଶ ଅନ୍ତର୍ଗତ କାଶ୍ମୋର ଜିଲ୍ଲାର ତାଙ୍ଗ୍ଓ୍ଵାନି ଅଞ୍ଚଳରେ।






More Stories
ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍…..
ଚାଷୀଙ୍କୁ ବିବାହ କଲେ ମିଳିବ ଭତ୍ତା !…..
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..