Report Card Odisha

| Daily Odia News

ତାଲିବାନ ଆତଙ୍କବାଦୀ ଶିବିରରେ ସେନାର ଆକ୍ରମଣ,୩ ଆତଙ୍କୀ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନୀ ସେନ୍ୟମାନେ ଆଫଗାନିସ୍ତାନ ସୀମା ନିକଟରେ ଥିବା ପାକିସ୍ତାନୀ ତାଲିବାନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରିଛି। ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ, ଏହି ସମୟରେ ଗୁଳି ବିନିମୟ ହୋଇଥିଲା ଏବଂ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ପାକିସ୍ତାନୀ ସେନା ଏହି ସୂଚନା ଦେଇଛି। ସାମରିକ ବିବୃତ୍ତି ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଖାଇବର ପାସ୍ତୁନଖ୍ବା ଜିଲାର ଖାଇବର ଠାରେ ଗୁଳି ବିନିମୟରେ ନିହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଆତଙ୍କବାଦୀ କମାଣ୍ଡର ମଧ୍ୟ ଥିବା କୁହାଯାଉଛି। ତେବେ ସେନା ଏହି ପ୍ରସଙ୍ଗରେ ଅଧିକ ସୂଚନା ଦେଇନାହିଁ ଏବଂ କହିଛି ପୂର୍ବରୁ ଏହି ଆତଙ୍କବାଦୀମାନେ ପାକିସ୍ତାନୀ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ। ପାକିସ୍ତାନୀ ତାଲିବାନ, ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ଏକ ପୃଥକ ଗୋଷ୍ଠୀ କିନ୍ତୁ ଆଫଗାନିସ୍ତାନ ତାଲିବାନ ସହିତ ଜଡିତ। ଦୁଇ ବର୍ଷ ପୂର୍ବେ ତାଲିବାନ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପାକିସ୍ତାନୀ ତାଲିବାନକୁ ଉତ୍ସାହିତ କରିଛି। ଫଳରେ ସଂଗଠନ ପକ୍ଷରୁ ପୋଲିସ ଏବଂ ସୈନିକଙ୍କ ଉପରେ ଆକ୍ରମଣ ଅଧିକ କରାଯାଉଛି।

Breaking News