Report Card Odisha

| Daily Odia News

ପାକିସ୍ତାନରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍କଟ ବିଜୁଳି ସଙ୍କଟ ଯୋଗୁଁ ପାକିସ୍ତାନରେ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିଦେବେ ବୋଲି ଗୁରୁବାର ଦିନ ଟେଲିକମ୍‌ ଅପରେଟର୍‌ମାନେ ସତର୍କ କରାଇ ଦେଇଛନ୍ତି। ଟୁଇଟ୍‌ କରି ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି ବୋର୍ଡ’ (ଏନ୍‌ଆଇବିଟି) କହିଛି, ଦେଶବ୍ୟାପୀ ଦୀର୍ଘ ସମୟ ଧରି ବିଜୁଳି କାଟ ଯୋଗୁଁ ସମସ୍ୟା ଏବଂ ବାଧା ସୃଷ୍ଟି ହେଉଥିବାରୁ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବା ପାଇଁ ପାକିସ୍ତାନର ଟେଲିକମ୍‌ ଅପରେଟର୍‌ମାନେ ସତର୍କ କରାଇ ଦେଇଛନ୍ତି। ସେହିପରି, ‘ଜିଓ ନିଉଜ୍’ ରିପୋର୍ଟ କରିଛି ଯେ, ଜୁଲାଇ ମା‌ସରେ ଆହୁରି ଅଧିକ ବିଜୁଳି କାଟ ହେବାର ସମ୍ଭାବନା ଅଛି ବୋଲି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍ କହିଛନ୍ତି, ପରକିସ୍ତାନ ଆବଶ୍ୟକ ପରିମାଣର ‘ଲିକ୍ୟୁଫାଏଡ୍‌ ନେଚୁରାଲ୍‌ ଗ୍ୟାସ୍‌’ (ଏଲ୍‌ଏନ୍‌ଜି) ଯୋଗାଣ ପାଇ ପାରୁନାହିଁ। କିନ୍ତୁ, ଯୋଗାଣ ବ୍ୟବସ୍ଥା କରିବାକୁ ମେଣ୍ଟ ସରକାର ଉଦ୍ୟମ ଚଳାଇଛନ୍ତି। ଶକ୍ତି ସଂରକ୍ଷଣ ଲାଗି ଉଦ୍ୟମ କରି ପାକିସ୍ତାନ ସରକାର ସରାକାରୀ ଚାକିରିଆଙ୍କର କାର୍ଯ୍ୟ ସମୟ ଅବଧି ହ୍ରାସ କରିଛନ୍ତି। କରାଚୀ ସମେତ କେତେକ ସହରରେ ସପିଙ୍ଗ୍‌ ମଲ୍‌ ଏବଂ କଳକାରଖାନାଗୁଡ଼ିକୁ ଶୀଘ୍ର ବନ୍ଦ କରିବା ପାଇଁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି। ପାକିସ୍ତାନ ଅର୍ଥମନ୍ତ୍ରୀ ମିଫ୍‌ତା ଇସ୍‌ମାଇଲ୍‌ କହିଛନ୍ତି, ନୂଆକରି ୫ ବର୍ଷ ଅଥବା ୧୦ ବର୍ଷ ପାଇଁ ତିନିମାସିଆ ‘ଏଲ୍‌ଏନ୍‌ଜି’ କାର୍ଗୋ ଯୋଗାଣ ରାଜିନାମା ପାଇଁ ସରକାର କତାର୍‌ ସହିତ କଥ‌ାବାର୍ତ୍ତା କରୁଛନ୍ତି। ଏହାଛଡ଼ା, ବଳବତ୍ତର ଥିବା ରାଜିନାମାରେ ଅତିରିକ୍ତ କାର୍ଗୋ ପାଇଁ ମଧ୍ୟ ଆଲୋଚନା ଚାଲିଛି।

 

Breaking News