ରିପୋର୍ଟ କାର୍ଡ / ପୁରୀ
ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘରକୁ ବାହାରିଛନ୍ତି କାଳିଆ ଠାକୁର । ଗୁଣ୍ଡିଚା ମନ୍ଦିରରେ ଚାଲିବ ତିନି ଠାକୁରଙ୍କ ଲୀଳାଖେଳା । ଚଳଚଚଞ୍ଚଳ ଶ୍ରୀକ୍ଷେତ୍ରଧାମ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ହୋଇଛି ମହାମିଳନ । ଲକ୍ଷାଧିକ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇଉଠିଛି ବଡଦାଣ୍ଡ । ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ବଡଦାଣ୍ଡରେ ଗଡିଛି ତିନି ରଥ । ଡାହୁକଙ୍କ ଡାକରେ ଫାଟିପଡୁଛି ସମଗ୍ର ପରିବେଶ । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସକାଳୁ ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ ତିନି ଠାକୁର । ଏହାପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରଥ ଉପରେ ଛେରାପହଁରା ନୀତି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ଭଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରିଥିଲେ ମହାରାଜା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା ନୀତି ସମାପନ କରିଥିଲେ ମହାରାଜା ଦିବ୍ୟସିଂହ ଦେବ । ଏହା ପରେ ପତିତପାବନ ଯାତ୍ରାରେ ଶରଧାବାଲି ଜନ୍ମବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ । ହରିବୋଲ ହୁଳହୁଳି, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ସେପଟେ ରଥଯାତ୍ରା ପାଇଁ ପୁରୀରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।






More Stories
ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ……
ନୂଆପଡ଼ାରେ ନବୀନ…..
ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଆୟକର ଚଢାଉ…..