ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀର ପୁଂଛରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଦିନ କେଇଟା ହୋଇଥିବା ବେଳେ ପାକିସ୍ତାନ୍ ଏକ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଛି । ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ୍ ପୁଣି ଷଡଯନ୍ତ୍ର ରଚୁଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ଖୁଫିଆ ଏଜେନ୍ସି ଓ ପାକିସ୍ତାନୀ ସେନା ମିଳିତ ଭାବେ ଆତଙ୍କବାଦୀଙ୍କୁ ପ୍ରସେୟ ଦେଇଛନ୍ତି । ନିୟନ୍ତ୍ରଣ ରେଖା ନିକଟ ପିଓକେରେ ଆତଙ୍କବାଦୀଙ୍କୁ ୫ଟି କଣ୍ଟ୍ରୋଲ ରୁମ୍ ପାକିସ୍ତାନ୍ ପ୍ରଦାନ କରିଥିବା ଗୁପ୍ତ ସୂଚନାରୁ ଜଣାପଡିଛି । ଗୁପ୍ତ ସୂଚନା ଅନୁସାରେ, ଭିମ୍ବର, ନୀଲମ ବେଲି, ଲିପା ବେଲି, ରାବଲକୋଟ୍ ଏବଂ ମୁଜାଫରବାଦରେ ଏହି କଣ୍ଟ୍ରୋଲ ରୁମ୍ ବନାଯାଇଛି । ଏହି କଣ୍ଟ୍ରୋଲ ରୁମରୁ ରହି ଅନୁଧ୍ୟାନ କରାଯିବ କି, କିପରି ଭାରତରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଯାଇ ପାରିବ । ଏହା ସହିତ ଭାରତୀୟ ଯବାନଙ୍କ ଗତିବିଧୀ ଉପରେ ନଜର ରଖିବା ଏହି କଣ୍ଟ୍ରୋଲ ରୁମରୁ ସମ୍ଭବ ହୋଇପାରିବ । କେବଳ ଏତିକି ନୁହେଁ ଗୁପ୍ତ ସୂଚନାରୁ ଆହୁରି ମଧ୍ୟ ଜଣାପଡିଛି କି, ପାକିସ୍ତାନ୍ ତା’ର ସମସ୍ତ ଲଞ୍ଚ ପ୍ୟାଡକୁ ଆକ୍ଟିଭ୍ କରିଦେଇଛି । ନିୟନ୍ତ୍ରଣ ରେଖାର ନିକଟକୁ ନେଇଆସିଛି ସମସ୍ତ ଲଞ୍ଚିଂ ପ୍ୟାଡ୍ । ଭାରତ ସୀମାଠୁ ମାତ୍ର କିଛି କିଲୋମିଟର ଦୂରରେ ଏହି ଲଞ୍ଚିଂ ପ୍ୟାଡକୁ ରଖାଯାଇଛି । କୁହାଯାଉଛି କି, ପ୍ରଶୀକ୍ଷଣ ପ୍ରପ୍ତ ଆତଙ୍କବାଦୀଙ୍କ ହାତରେ ଏହି ଲଞ୍ଚିଂ ପ୍ୟାଡ୍ ଦିଆଯାଇଛି । ଆଉ ପାକିସ୍ତାର ଖୁଫିଆ ଏଜେନ୍ସି ଆଇଏସଆଇ ଏହାକୁ ସିଧାସଳଖ ଭାବେ କଣ୍ଟ୍ରୋଲ କରୁଛି । ଏହା ସହିତ ଖବର ମିଳିଛି କି, ଟାର୍ଗେଟ୍ କିଲିଂ ପାଇଁ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରନ୍ତି ଆତଙ୍କବାଦୀ






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..