ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ଉପରେ ଭାରତ ପକ୍ଷରୁ ପାଲଟା ଆକ୍ରମଣ ଚାଲିଥିବା ବେଳେ ସେଠାକାର ସେନାମୁଖ୍ୟଙ୍କ ଭୂମିକାକୁ ନେଇ ସେନାରେ ବିଦ୍ରୋହ ଆରମ୍ଭ ହୋଇଛି। କେତେକ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରାଯାଇଛି। ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟି ଜେନେରାଲ ସାହିର ଶମଶାଦ ମିର୍ଜା ସେନାମୁଖ୍ୟ ଅସୀମ ମୁନୀରଙ୍କୁ ଗିରଫ କରିଥିବା କୁହାଯାଇଛି। ମୁନୀରଙ୍କୁ କୌଣସି ଅଜଣା ସ୍ଥାନକୁ ନିଆଯାଇଛି ବୋଲି ସୂଚନା ମିଳିଛି । ଜେନେରାଲ ମିର୍ଜା ସେନା ଦାୟିତ୍ୱ ନେଇଥିବା ମଧ୍ୟ କୁହାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରିନାହିଁ। ଭାରତ ପକ୍ଷରୁ ଆକ୍ରମଣ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସରିଫଙ୍କବାସଭବନ ଠାରୁ ୨୦ କିମି ଦୂରରେ ବିସ୍ଫୋରଣ ଘଟିଛି। ଇତି ମଧ୍ୟରେ ଭାରତ ଦୁଇ ଜଣ ପାକିସ୍ତାନୀ ପାଇଲଟଙ୍କୁ ଅକ୍ତିଆରକୁ ନେଇଛି। ଜଣେ ପାଇଲଟକୁ ରାଜସ୍ଥାନର ଜୈସଲମିର ଓ ଅନ୍ୟ ଜଣେ ପାଇଲଟକୁ ଅଖନୁରରୁ ଧରାଯାଇଛି। ଉଭୟ ପାଇଲଟ ଯୁଦ୍ଧ ଜାହାଜ ଉଡାଇ ଭାରତୀୟ ସୀମା ମଧ୍ୟକୁ ଆସି ଆକ୍ରମଣ କରୁଥିଲେ।






More Stories
ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା…..
୩୧ ଯାଏଁ ଜାରି ରହିବ ଇ-କେଓ୍ବାସି ପ୍ରକ୍ରିୟା…..
୩୦୦ ଟଙ୍କାରେ ମିଳିବ ଗ୍ୟାସ୍ ସିଲିଣ୍ଡର…..