ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜନୈତିକ ଓ ଆର୍ଥିକ ସଙ୍କଟ ଭିତରେ ରହିଛି ପାକିସ୍ତାନ | ଏହି ସମୟରେ ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ପାକିସ୍ତାନ ପୁଣି ଥରେ ଚୀନ ଓ ସାଉଦି ଆରବର ସାହାଯ୍ୟ ଲୋଡିଛି । ଏହି ଦୁଇ ଦେଶକୁ ପାକିସ୍ତାନ ୧୧୦୦ କୋଟି ଡଲାର ପାଣ୍ଠି ମାଗିଛି। ଅର୍ଥନୀତିକୁ ଉଦ୍ଧାର କରିବା ଲାଗି ୩୦୦ କୋଟି ଡଲାର ଦେବାକୁ ଗତ ଜୁନ୍ରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ରାଜି ହୋଇଥିଲା। ଦୀର୍ଘଦିନ ଅପେକ୍ଷା କରାଇବା ଏବଂ ବହୁ କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କରିବା ପରେ ଆଇଏମ୍ଏଫ୍ ପାଣ୍ଠି ଦେବାକୁ ରାଜି ହୋଇଥିଲା। ତେବେ ଏହି ପାଣ୍ଠି ଏକକାଳୀନ ପାକିସ୍ତାନକୁ ମିଳିନାହିଁ। କିସ୍ତି ଆକାରରେ ପାଣ୍ଠି ଆସୁଛି। ତେଣୁ ଆଇଏମ୍ଏଫ୍ ଯେଉଁ ସର୍ତ୍ତଗୁଡ଼ିକ ରଖିଛି ତାହା ପାଳନ କରିବା ପାକିସ୍ତାନର କାମଚଳା ସରକାର ପାଇଁ ଜରୁରୀ ହୋଇପଡ଼ିଛି। ସେଥିପାଇଁ ଏହା ଚୀନ୍ ଓ ସାଉଦି ଆରବକୁ ପାଣ୍ଠି ମାଗିଥିବା ସୂଚନା ମିଳୁଛି |






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..