ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆର ନାମ ଭାରତ କୁ ନେଇ ବିବାଦ ସୃଷ୍ଟି ହୋଇଛି। ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ ଭାରତ୍ କୁହାଯାଇଥିଲା । ଏହାପରେ କଳ୍ପନାଜଳ୍ପନା ଜୋର ଧରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତର ନାମ ପରିବର୍ତ୍ତନ କରି ଏହାର ସ୍ଥାନରେ ଭାରତ ରଖିବାକୁ ଚାହୁଁଛନ୍ତି । ସରକାର ଏପରି ଉଦ୍ୟମକୁ ବିରୋଧୀ ଦଳମାନେ ପ୍ରବଳ ବିରୋଧ କରୁଥିବାବେଳେ ଏହାର କମ୍ପନ ପାକିସ୍ତାନରେ ପହଞ୍ଚିଲାଣି । ପାକିସ୍ତାନର ଏକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଜାତିସଂଘରେ ଆନୁଷ୍ଠାନିକ ଭାବେ ଭାରତ ନାମର ମାନ୍ୟତା ରଦ୍ଦ କରାଯାଏ, ତେବେ ପାକିସ୍ତାନ ଭାରତ ନାମରେ ନିଜର ଦାବି ଉପସ୍ଥାପନ କରିପାରେ। ଉଲ୍ଲେଖ ଯୋଗ୍ୟ -‘ଇଣ୍ଡିଆ’ ନାମ ସିନ୍ଧୁ (ଇଣ୍ଡସ୍) ଅଞ୍ଚଳକୁ ବୁଝାଉଥିବାରୁ ଓ ଏବେ ସିନ୍ଧୁ ଅବବାହିକା ଅଂଚଳ ପାକିସ୍ତାନରେ ଆସୁଥିବାରୁ ‘ଇଣ୍ଡିଆ’ ନାମ ଉପରେ ପାକିସ୍ତାନ ପୂର୍ବରୁ ହିଁ ଦାବି କରିଆସୁଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ଉଦ୍ଧାର କରି ସାଉଥ୍ ଏସିଆ ଇଣ୍ଡେକ୍ସ ନାମକ୍ ଏକ୍ସ (ପୂର୍ବ ଟ୍ୱିଟର) ହ୍ୟାଣ୍ଡେଲରେ କୁହାଯାଇଛି ଯେ ଯଦି ଭାରତ ଆନୁଷ୍ଠାନିକ ଭାବରେ ଜାତିସଂଘ ସ୍ତରୁ ‘ଇଣ୍ଡିଆ’ ନାମକୁ ପ୍ରତ୍ୟାହାର କରେ, ତେବେ ପାକିସ୍ତାନ ‘ଇଣ୍ଡିଆ’ ନାମ ଦାବି କରିପାରେ ।ସ୍ବାଧୀନତା ସମୟରୁ ହିଁ ଭାରତର ନାଁକୁ ଇଣ୍ଡିଆ ରଖିବାକୁ ପାକିସ୍ତାନ ବିରୋଧ କରିଆସୁଥିଲା । ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିନ୍ନା ମଧ୍ୟ ଇଣ୍ଡିଆ ନାମ ଭାରତକୁ ପ୍ରଦାନ କରିବାକୁ ବିରୋଧ କରୁଥିଲେ ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..