ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁସଲମାନ ସଂପ୍ରଦାୟର କିଛି ଲୋକ ପାକିସ୍ତାନର ପଞ୍ଜାବ ସୀମାରେ ଥିବା ଏକ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି | ମନ୍ଦିରରେ ଥିବା ଭଗବାନଙ୍କର ମୂର୍ତ୍ତିକୁ ଭାଙ୍ଗି ତାହାକୁ ପୋଡିଥିବା ନେଇ ସୂଚନା ମିଳିଛି। ବୁଧବାର ରହିମ ୟାର ଖାନ୍ ଜିଲ୍ଲାର ଭୋଙ୍ଗ ସହରରେ ଏହି ଘଟଣା ଘଟିଛି। ମୁସଲମାନମାନଙ୍କର ଏକ ଧର୍ମସ୍ଥଳକୁ ଅପବିତ୍ର କରିବା ଅଭିଯୋଗରେ ସେମାନେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମୁସଲମାନଙ୍କର ଏକ ଧର୍ମସ୍ଥଳକୁ ଅପବିତ୍ର କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଭୋଙ୍ଗ ସହରରେ ଲୋକମାନେ ଉତ୍ତ୍ୟକ୍ତ ହୋଇ ବୁଧବାର ଦିନ ସିଦ୍ଧିବିନାୟକ ମନ୍ଦିରରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେମାନେ ହାତରେ ଲୁହାଛଡ, ବାଡି, ପଥର ଏବଂ ଇଟା ଧରି ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନଙ୍କୁ ନିୟନ୍ତ୍ରଣ କରିବା ସହିତ ଉକ୍ତ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୧୦୦ ହିନ୍ଦୁ ପରିବାରଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ରେଞ୍ଜରଙ୍କୁ ଡକାଯାଇଥିଲା। ଶାସକ ପାକିସ୍ତାନ ତେହରିକ ଇ ଇନସାଫର ସାଂସଦ ଡ.ରମେଶ କୁମାର ଭଙ୍କୱାନି ମନ୍ଦିର ଉପରେ ଚାଲିଥିବା ଆକ୍ରମଣର ଏକ ଭିଡିଓ ଟ୍ୱିଟ କରି ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡିକୁ ତୁରନ୍ତ ସେଠାରେ ପହଞ୍ଚିବାକୁ ଅନୁରୋଧ କରିଥିଲେ। ଏଥିରେ ସେ କହିଛନ୍ତି ଯେ ବୁଧବାରଠାରୁ ଏହାକୁ ନେଇ ଭୋଙ୍ଗ ସହରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି | ପୋଲିସ ସେଠାରେ ପହଞ୍ଚିଥିଲେ ମଧ୍ୟ କେବଳ କିଛି କରିପାରିନଥିଲା। ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..