ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନ ସରକାରକୁ ସମର୍ଥନ କରିବା ପରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ବାଲୋଚିସ୍ତାନରେ ମହମ୍ମଦ ଅଲୀ ଜିନ୍ନାଙ୍କ ପ୍ରତିମୂର୍ତିକୁ ଆତଙ୍କବାଦୀମାନେ ବିସ୍ଫୋରଣ କରି ଉଡାଇ ଦେଇଛନ୍ତି । ପ୍ରତିବନ୍ଧିତ ସଂଗଠନ ବାଲୁଚି ଫ୍ରଂଟ ନିଜକୁ ଦାୟୀ କରିଛି । ଗ୍ୱାଦରର ସମୂଦ୍ରକୂଳରେ ଏହି ବିଶାଳକାୟ ପ୍ରତିମୂର୍ତିରେ ଆଗୁଆ ବୋମା ଖଂଜା ଯାଇଥିଲା । ପରେ ଏହାକୁ ବିସ୍ଫୋରଣ କରି କ୍ଷତିଗ୍ରସ୍ତ କରାଯାଇଥିଲା । ଘଟଣାର ତଦନ୍ତ ଜୋରସୋରରେ ଚାଲିଛି । ବାଲୁଚ ରିପବ୍ଲିକାନ ଆର୍ମି ପ୍ରବକ୍ତା ବବଗର ବାଲୋଚ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଥିଲେ ।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……