Report Card Odisha

| Daily Odia News

ଆଜିଠାରୁ ୩ ଦିନ ଯାଏଁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜିଠାରୁ ୩ ଦିନ ଯାଏଁ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ସେଣ୍ଟ୍ରାଲ କାଉଣ୍ଟିଂ ହେବ। ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ହୋଇଛି ଗଣତି ବ୍ୟବସ୍ଥା। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍ ପେପର ସର୍ଟିଂ ପରେ ଚାଲିଛି ଗଣତି। ୩ ଦିନ ଯାଏ ଏହି ଗତଣି ତାରି ରହିବ। ତିନିଦିନରେ ୧ଲକ୍ଷ ୫୬ ହଜାର ୭୫୩ ଓ୍ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତି ସଭ୍ୟ ଓ ୩ ହଜାର ୩୩୯ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାର ବ୍ଲକ ସଦର ମହକୁମାରେ ଗଣତି କେନ୍ଦ୍ର ଖୋଲାଯାଇଛି। ଗଣତି କେନ୍ଦ୍ର ନିକଟରେ ଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାରିକେଡ୍ କରାଯାଇଛି।

 

Breaking News