ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବି ବାଜିମାରିଛି ବିଜେଡି | ଘୋଷିତ ୮୨୯ ଜୋନରୁ ୭୪୩ଟି ଆସନରେ ବିଜେଡି ବିଜୟୀ ହୋଇଛି । ଅନ୍ୟ ବିରୋଧୀ ଦଳ ଚିତପଟାଙ୍ଗ ମାରିଛନ୍ତି | ଆଖପାଖରେ ବି କେହି ନାହାନ୍ତି | ବିଜେପି ୪୨ ଓ କଂଗ୍ରେସ ୩୭ଟି ଜୋନରେ ବିଜୟୀ ହୋଇଛି । ସ୍ୱାଧୀନ ୩ ଓ ଅନ୍ୟାନ୍ୟ ଦଳ ସପକ୍ଷରେ ଯାଇଛି ୪ ଜୋନ ରହିଛି । ଅନ୍ୟପଟେ କଣ୍ଟାବାଞ୍ଜିରେ ପୁନଃ ଭୋଟ ଗଣତି ଦାବିରେ ଏନଏଚ ଅବରୋଧ ହୋଇଛି । ଗୋଲେଇ ଛକ ଏନଏଚ ୫୯ ଅବରୋଧ କରିଛନ୍ତି ଗ୍ରାମବାସୀ । ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତବାସୀ ଏନଏଚ ଅବରୋଧ କରିଛନ୍ତି । ଭୋଟ ଗଣତିରେ ହେରଫେର ଅଭିଯୋଗରେ କାଲି ରାତିରୁ ଉତ୍ତେଜନା ଆରମ୍ଭ ହୋଇଛି । କାଲି ବ୍ଲକ ଅଫିସ ଘେରାଉ କରିବା ପରେ ଆଜି ଏନଏଚ ଅବରୋଧ କରିଛନ୍ତି ଗ୍ରାମବାସୀ ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..