ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଟ୍ରକ ମାଲିକଙ୍କ ଠାରୁ ଟଙ୍କା ଲୁଟି ମର୍ଡର କରି ୫ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି । ତୋଟା ଗାଁ ର ଜିତେନ୍ଦ୍ର ଦଳେଇ ବ୍ରହ୍ମପୁର ରୁ ବାଇକ ଯୋଗେ ଫେରିବା ସମୟରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ ଘାଟି ନିକଟରେ ୫ଜଣ ଦୁର୍ବୁତ୍ତ ଜିତେନ୍ଦ୍ର କୁ ଅଟକାଇ ମାଡ଼ ମାରିଥିଲେ । ସେଠାରୁ ସେ ଜଙ୍ଗଲ ନିକଟ ଦୌଡ଼ି ଯିବା ପରେ ପରିବାର ଲୋକଙ୍କୁ ମେସେଜ କରି ଜଣେଇ ଥିଲେ ତାଙ୍କ ଠାରୁ ଲୁଟ କରିଥିବା ଦୁର୍ବୁତ୍ତ ତାଙ୍କୁ ଖୋଜୁଛନ୍ତି । ତାଙ୍କ ଠାରୁ ୧୭୦୦୦ ଟଙ୍କା ଦୁର୍ବୁତ୍ତ ନେଇଯାଥିବା ମଧ୍ୟ ସେ ମେସେଜ ମାଧ୍ୟମରେ ପରିବାର କୁ ଜଣାଇ ଥିଲେ । ଯେଉଁ ଜାଗାରେ ସେ ଥିଲେ ତାଙ୍କ ପରିବାର ଲୋକ ସେଠାରେ ପାହଞ୍ଚିବା ପରେ ଜାଣିବାକୁ ପାଇଥିଲେ ଜିତେନ୍ଦ୍ର ମୃତ । ତାଙ୍କୁ ମର୍ଡର କରି ଖଲ୍ଲିକୋଟ ଷ୍ଟେସନ ନିକଟ ଟ୍ରେନ ଲାଇନ ସାଇଡ ରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ପୋଲିସ କୁ ଜଣେଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……