Report Card Odisha

| Daily Odia News

ରାଜ୍ୟ ନିର୍ବାଚନ କମିଶନଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ଟୀକାକରଣ ଓ କୋଭିଡ ମୁକାବିଲା ସରକାର କଣ କଣ ପଦକ୍ଷେପ ନେଉଛନ୍ତି । ସେ ବିଷୟରେ ଆଜି ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର। କୋଭିଡ ଭିତରେ କିପରି ହେବ ପଞ୍ଚାୟତ ନିର୍ବାଚନ ସେ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା, ଟେଷ୍ଟିଙ୍ଗ ଓ ବୁଷ୍ଟର୍ ଡୋଜ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ରାଜ୍ୟର ସମ୍ଭାବ୍ୟ କରୋନା ସଂକ୍ରମଣ ସ୍ଥିତି ସଂପର୍କରେ ବି ଆଗାମୀ ଦିନରେ ନିର୍ବାଚନ କମିସନଙ୍କୁ ଅବଗତ କରାଯିବ। ଆଜିର ବୈଠକ ପରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ଆଜିର ବୈଠକରେ ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିସନର ତଥା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ତଥା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Breaking News