ରିପୋର୍ଟ କାର୍ଡ / ଗଞ୍ଜାମ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଉଠୁଛି ପଡୁଛି ଗାଁ । ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର । ଏହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଦିଗାପୋଡ଼ା ପଞ୍ଚାୟତ ରେ ଦେଖିବାକୁ ମିଳିଛି ଜୋର ସୋର ପ୍ରଚାର । ପ୍ରାଥୀ ପ୍ରାଥୀନି ମାନେ ନିଜ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି ଏହି ପଞ୍ଚାୟତରେ ସମିତି ସଭ୍ୟା ପାର୍ଥୀନୀ ରିତା ପରିଡା ଓ ତାଙ୍କ ସ୍ୱାମୀ ଚିତ୍ରସେନ ପରିଡା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ନିଜ ସମର୍ଥକଙ୍କ ସହ ଦିଗାପଡ଼ା ପଞ୍ଚାୟତ କାଲିମେଘି ପଂଚାୟତ, ସରସିଙ୍ଗ ପଂଚାୟତ ରେ ହିଇଭୋଲ୍ଟେଜ ପ୍ରଚାର କରିଥିବାବେଳେ ନବୀନ ପଟ୍ଟନାୟକ ଙ୍କ ଜନହିତ ଯୋଜନା ଗୁଡିକ କିପରି କରିଛନ୍ତି ତାହାରି ଉପରେ ଲୋକମାନଙ୍କୁ ବୁଝାଇବା ସହ ରିତା ପରିଡା ଙ୍କୁ ବସ ଚି଼ହ୍ନ ଭୋଟ ଦେବାପାଇଁ ଅନୁରୋଧ କରିଥିଲେ ।ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ ରେ କିଭଳି ଜିତିବେ ସେ ନେଇ କସରତ ଆରମ୍ଭ କରିଛନ୍ତି । ଲୋକ ମାନଙ୍କ ଯୋଉ ସବୁ ସମସ୍ୟା ଅଛି ତାହାକୁ କିପରି ପୂରଣ କରିବେ ଏନେଇ ଭୋଟର ମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ପ୍ରଚାରରେ ପ୍ରାୟ ଏକ ହଜାରରୁ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।
More Stories
ସ୍ୱର୍ଗଦ୍ୱାରରେ କାଠ ବଦଳରେ ଘସିରେ ହେବ ଶବଦାହ…..
ଶିଳ୍ପାଙ୍କ ସହ ଫଟୋ ଉଠାଇବା ସେବାୟତଙ୍କୁ ମହଙ୍ଗା ପଡିଛି….
ଧର୍ମ ପରିବର୍ତ୍ତନ କରିଥିବାରୁ ଘରରେ ପଡ଼ିରହିଛି ଶବ…..