ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ୧୬ ରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି | ସୋମବାର ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଡାକି ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିଥିଲେ । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଘୋଷଣା କରିଛନ୍ତି | ୫ଟି ପର୍ଯ୍ୟାରେ ପଂଚାୟତ ଭୋଟ ହେବ | ଫେବୃଆରୀ ୧୬, ୧୮ ,୨୦, ୨୨ ,୨୪ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ | ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ମତଦାନ ଚାଲିବ | ପ୍ରଚାର ପାଇଁ ପଥପ୍ରାନ୍ତ ପଦଯାତ୍ରା, ବାଇକ ରାଲି ପାଇଁ ଅନୁମତି ନାହିଁ | ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ |ମତଦାନର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ସରିବ | ମିଥ୍ୟା ସତ୍ୟପାଠ ଦେଲେ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବାକୁ ପ୍ରାବଧାନ ରହିଛି | ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ହେବ ଭୋଟ ଗଣତି | ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀମାନେ ଘରକୁ ଘର ପ୍ରଚାର କରିପାରିବେ | ଡବଲ ଡୋଜ୍ ଟିକା ବା RTPCR ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଅନୁମତି ମିଳିବ |
ଫେବ୍ରୁଆରୀ ୨୬, ୨୭, ୨୮ରେ ହେବ ଭୋଟ ଗଣତି | ମାର୍ଚ୍ଚ ୧୧ରେ ହେବ ନାଏବ ସରପଞ୍ଚ ନିର୍ବାଚନ | ମାର୍ଚ୍ଚ ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ | ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ | ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁହୋଇଛି | ଚାଳିତଥର ୮୫୩ ଜିଲ୍ଲା ପରିଷଦ ଜୋନ୍, ୬ ହଜାର ୭୯୪ ପଞ୍ଚାୟତ ପାଇଁ ନିର୍ବାଚନ ହେବ। ମୋଟ ୯୧ ହଜାର ୯୧୩ ଓ୍ୱାର୍ଡ ମେମ୍ବର ପାଇଁ ମଧ୍ୟ ଭୋଟ ହେବ। ଭୋଟର ସଂଖ୍ୟା ହେଲା ୨ କୋଟି ୭୯ ଲକ୍ଷ। ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସବୁ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଗଣତି ହେବ। ସୂଚନା ଅନୁସାରେ ଆଗରୁ ଗୋଟିଏ ପର୍ଯ୍ୟାୟ ଭୋଟ ପରେ ହିଁ ସେଠାରେ ଗଣତି ହେଉଥିଲା। ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୮୫୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ବିଜେଡି ୪୬୭, ବିଜେପି ୨୯୭, କଂଗ୍ରେସ ୬୦, ସିପିଆଇ ୨ ଓ ସିପିଆଇଏମ୍ ଗୋଟିଏ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ। ଜାନୁଆରୀ ୧୭ ରୁ ୨୧ ଭିତରେ ପାର୍ଥି ମାନଙ୍କନ ଦାଖଲ କରିପାରିବେ |
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..