ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଉ ଦିନକ ପରେ ରାଜ୍ୟରେ ତିସ୍ତାରୀୟ ପଂଚାୟତ ନିର୍ବାଚନ | ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର | ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ହୋଇଛି । ସୋମବାର ୧୧ ଜିଲ୍ଲାକୁ ପୋଲିଂ ପାର୍ଟି ଯାଇଥିବା ବେଳେ ମଙ୍ଗଳବାର ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବେ । ୧୬ ତାରିଖ ଦିନ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଭୋଟରମାନେ କିପରି ଭୋଟ୍ ଦେବେ ସେ ନେଇ ଅବଗତ କରାଇଛନ୍ତି ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ପ୍ରତିଦ୍ବନ୍ଦିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ନାକଚ ହେବ । ୧୦ ଚିହ୍ନ ବିଶିଷ୍ଟ ବାଲାଟ ପେପର ବ୍ୟବହାର ହେଉଥିବାରୁ ଯେଉଁ ଚିହ୍ନରେ କେହି ପ୍ରାର୍ଥୀ ନଥିବେ ଏବଂ ତାହା ଫୋଲଡ଼ ହୋଇ ରହିଥିବ ସେହି ଚିହ୍ନରେ ଯଦି ମତଦାତା ଭୋଟ୍ ଦେଇଥିବେ। ତେବେ ତାହା ନାକଚ ହେବ ନାହିଁ। କାରଣ ସେ ଚିହ୍ନରେ କେହି ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁନାହାନ୍ତି । ତେଣୁ ତାହା ନାକଚ ହେବ ନାହିଁ ବୋଲି ଭିଡିଓ ମାଧ୍ୟମରେ ଅବଗତ କଲେ ସଚିବ ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..