ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୩ ବର୍ଷ। ଏହି ଅବସରରେ ସାରା ଦେଶ ଆଜି ଏହି ଭୟଙ୍କର ଆକ୍ରମଣରେ ଶହୀଦ ହୋଇଥିବା ସେହି ୪୦ ବୀର ସିଆରପିଏଫ୍ ଯବାନଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଶହୀଦଙ୍କ ବଳିଦାନକୁ ମନେ ପକାଇଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର ଶହୀଦଙ୍କୁ ସଲାମ୍ ଜଣାଇବା ସହ ଏହି ଅବସରରେ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ପୁଲୱାମା ଆକ୍ରମଣର ଶହୀଦମାନଙ୍କୁ ସେନା ମୁଖ୍ୟ ଏମଏମ ନରୱଣେ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ୨୦୧୯ ଆଜିର ଦିନରେ ପୁଲୱାମାରେ ଶହୀଦ ହୋଇଥିବା ସମସ୍ତ ବୀରମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଆମ ଦେଶ ପାଇଁ ସେମାନଙ୍କର ବଳିଦାନକୁ ମନେ ପକାଉଛି। ତାଙ୍କର ସାହସିକତା ଏବଂ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକ ଭାରତୀୟଙ୍କୁ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ଦେଶ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଦେଉଛି।
More Stories
ବିଜୟ ରୂପାନୀଙ୍କ ମୃତ ଦେହକୁ ଚିହ୍ନଟ କଲା ଡିଏନଏ ଟେଷ୍ଟ……
ଭୁଶୁଡ଼ିଲା ପାଦଚଲା ପୋଲ:୨୦ ପର୍ଯ୍ୟଟକ ନିଖୋଜ,୨ ମୃତ…..
କରୋନା ଗାଇଡଲାଇନ୍ ଜାରି, ମାସ୍କ ବାଧ୍ୟତାମୂଳକ……