ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସାରା ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଅନ୍ତିମ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ଆସିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦ ଶତକଡ଼ା ମତଦାନ ହୋଇଥିବା ଜଣା ପଡ଼ିଛି । ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇନି । ରାଜ୍ୟର ଅଳ୍ପ କିଛି ସ୍ଥାନରେ ନିର୍ବାଚନ ବେଳେ ବିଶୃଙ୍ଖଳା ହୋଇଥିବା ସୂଚନା ମିଳିଛି | ତେବେ ଚୂଡ଼ାନ୍ତ ହିସାବ ଆସିଲେ ଭୋଟଦାନ ହାର ବଢ଼ିପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ |ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ଆସିବା ପରେ ପରିବର୍ତ୍ତୀ ପଦକ୍ଷେପ ନିଆଯିବ । ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରୁରେ ଭୋଟିଂ ଶେଷହୋଇଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……