Report Card Odisha

| Daily Odia News

ଧରକୋଟ ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ଶେଷ…..

ରିପୋର୍ଟ କାର୍ଡ / ଗଞ୍ଜାମ

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରକୋଟ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ଶେଷ । ମୋଟ ୨୬୧ ବୁଥ ପାଇଁ ୧୦ଗୋଟି ପୋଲିସ ପେଟ୍ରୋଲିଂ ଟିମ ମୁତୟନ ସହ ଅଧିକ ଫୋର୍ସ କେମ୍ପ କରିଛନ୍ତି । ମୋଟ ୧୮ ଗୋଟି ପଂଚୟତ ବିଶିଷ୍ଟ ଏହି ବ୍ଲକରେ ମତଦାନ ଶେଷ ହୋଇଛି । ଧରାକୋଟ ପଞ୍ଚାୟତର ୫ ନଂ ବୁଥ କୁ ପିଙ୍କ ବୁଥ ଭାବେ ପ୍ରସ୍ତୁତ କରାଯଇଥିଲା । ମୋଟାମୋଟି କହିବାକୁ ଗଲେ ଧରାକୋଟ ବ୍ଲକ ରେ ଶାନ୍ତି ପୂର୍ଣ ଭାବରେ ଭୋଟ ଶେଷ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନଥିବା ବେଳେ ବିଭିନ୍ନ ବୁଥ ରେ ଭୋଟର ମାନଙ୍କର ଉର୍ତ୍ସ।ହ ପରିଲ୍ଲିଖିତ ହୋଇଥିଲା । ବିଶେଷ କରି ବୃଦ୍ଧ ଏବଂ ବୃଦ୍ଧା ଙ୍କ ସମେତ ମହିଳା ଦୀର୍ଘ ସମୟ ଧରି ଲମ୍ବା ଲାଇନ ରହି ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି । ବ୍ଲକ ର ସାବା ପଞ୍ଚାୟତର ଉପାନ୍ତ ଅଞ୍ଚଳର କୋଟନୀଗଣ୍ଡା ଓ ଅଶୋକ ପଲ୍ଲି ଗ୍ରାମରେ ଗଛ ମୂଳେ ନିଜ ମତଶାବ୍ୟସ୍ତ କରିଛନ୍ତି ଭୋଟର । ମୋଟ 136 ଭୋଟ୍ ର ଙ୍କ ଲାଗି ଏହି ବୁଥ ହୋଇଥିବା ବେଳେ ଲୋକମାନେ ମଧ୍ୟ ଉତ୍ସାହର ସହିତ ମତଦାନ କରିଥିଲେ l

 

 

 

Breaking News