ରିପୋର୍ଟ କାର୍ଡ / ଗଞ୍ଜାମ ( ଭଗବାନ ପାଢ଼ୀ )
ଆସନ୍ତାକାଲି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ | ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର | ପଂଚାୟତ ନିର୍ବାଚନ ଲାଗି ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତାମାନେ ପ୍ରଚାର କରିଥିଲେ l ଘରକୁ ଘର ବୁଲି ପ୍ରାର୍ଥୀ ନିଜ ଚିହ୍ନ କୁ ପ୍ରଚାର କରି ପୁଳା ପ୍ରତିଶୃତି ଦେଇଛନ୍ତି l ଆସନ୍ତା ୧୬ ତାରିଖରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ସୋମବାର ସନ୍ଧ୍ୟାରେ ଶେଷହୋଇଛି ପ୍ରଚାର l ୫୭ ନଂ ଜୋନ ଜିଲ୍ଲାପରିଷଦ ର ବିଜେପି ପ୍ରାର୍ଥୀନୀ ବି. ରୋହିଣୀ ପତ୍ର ନିଜ ସମର୍ଥକ ଙ୍କୁ ନେଇ ତାକରଡ଼ା, କୃଷ୍ଣଛାଇ, ଅଲାରିଗଡ଼, କୁରୁଳା ସମେତ ଅନ୍ୟାନ୍ୟ ପଞ୍ଚାୟତ ରେ ବାଇକ ରାଲି କରି ଘରକୁ ଘର ବୁଲି ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହି ଭୋଟ ଭିକ୍ଷା କରିଥିଲେ l






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……