ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗକୁ ନେଇ ରାଜନୀତି ପ୍ରକାଶପାଉଛି । ଏଥିପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଟାର୍ଗେଟ କରୁଛି ବିଜେପି । ଗତକାଲି ବିକ୍ଷୋଭକାରୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏବଂ କିଛି ଲୋକ ମୋଦୀ ଜି ଜିନ୍ଦାବଦ ବୋଲି ନାରା ଦେଇଥିଲେ । ଏହି ସମୟରେ ଚରଣଜିତ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ।ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଚରଣଜିତ କହିଥିଲେ କି, ଦେଖନ୍ତୁ ଏହି ବିରୋଧକାରୀମାନେ ମୋତେ ଅଟକାଇବାକୁ ଚାହୁଁଛନ୍ତି । କ’ଣ ମୁଁ ତାଙ୍କୁ ମାରିବି ? ଦଶଜଣ ବିରୋଧକାରୀ ମୋର ଗାଡ଼ିକୁ ଅଟକାଇବାକୁ ଆସିଥିଲେ । ପୋଲିସ ସେମାନଙ୍କୁ କାବୁ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଗାଡ଼ିକୁ କେହି ଅଟକାଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ପ୍ରଦର୍ଶନକାରୀଙ୍କ ପଛରେ ଏକ କିଲୋମିଟର ଦୂରରେ ଥିଲା । ବିରୋଧ କରିବା ଏକ ଗଣତାନ୍ତ୍ରିକ ଅଧିକାର। ବିକ୍ଷୋଭକାରୀମାନେ ଯେକୌଣସି ବିଭାଗର କର୍ମଚାରୀ ହୋଇପାରନ୍ତି । ସେମାନଙ୍କ ଦାବି ପୂରଣ ପାଇଁ ଏପରି କରିଥାଇପାରନ୍ତି । ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଗାଡ଼ିରୁ ଓହ୍ଲାଇ ବିକ୍ଷୋଭକାରୀଙ୍କ ଆଡକୁ ଚାଲିଚାଲି ଯାଇଥିଲେ । ସେହି ସମୟରେ ବିକ୍ଷୋଭକାରୀ ମାନେ ମୁଖ୍ୟମନ୍ତ୍ରୀ ଚରଣଜିତଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।
More Stories
ରମଜାନ ପରେ ବେଲୁଚିସ୍ତାନରେ ଗଣହତ୍ୟା ଆରମ୍ଭ କରିବ ପାକ୍ ସେନା…..
ଭାରତର ଶାନ୍ତି ପ୍ରସ୍ତାବ ବଦଳରେ ଶତ୍ରୁତା ଦେଇଥାଏ ପାକିସ୍ତାନ…..
ଦେବେନ୍ଦ୍ର ପ୍ରଧାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ….