Report Card Odisha

| Daily Odia News

ପଞ୍ଜଶିରକୁ କବଜା କଲା ତାଲିବାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନ କୁ ତାଲିବାନ କବଜା କରି ଲୋକଙ୍କ ଉପରେ ଅତ୍ୟାଚାର ଚଳାଇଛି | କିନ୍ତୁ ଆଫଗାନର ପଞ୍ଜଶିରକୁ ଦାଖଲ କରି ପାରିନାହିଁ | ପଞ୍ଜଶିର ଆଉ ତାଲିବାନର ଛକାପଞ୍ଝା ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର | ତାଲିବାନ ଦାବି କରିଛି ବିରୋଧୀଙ୍କ ଅଭେଦ୍ୟ ଦୁର୍ଗ ପଞ୍ଜଶିରକୁ ସେମାନେ କବଜାକୁ ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର । ଗତ କିଛି ଦିନ ହେବ ପଞ୍ଜଶିରକୁ ନେଇ ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିଲା । ପଞ୍ଜଶିରକୁ ଚାରିପଟରୁ ଘେରି ଯୁଦ୍ଧ ଚଳାଇଥିଲା ତାଲିବାନ । କଡ଼ା ମୁକାବିଲା କରୁଥିଲେ ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦନ ଆଲାଏନ୍ସର ସୈନ୍ୟ । ପାଖାପାଖି ହଜାରେ ତାଲିବାନୀଙ୍କ ମୁଣ୍ଡ ନେଇଥିବା ଦାବି କରିଥିଲା ମସୁଦ ସେନା । ହଜାର ହଜାର ତାଲିବାନ କମାଣ୍ଡୋଙ୍କୁ ବନ୍ଦୀ କରିଥିବା କହିଥିଲା ନର୍ଦ୍ଦନ ଆଲାଏନ୍ସ । ଏହାରି ଭିତରେ ଗତକାଲି ନ୍ୟାସନାଲ୍ ରେଜିଷ୍ଟ୍ରେନ୍ସ ଫ୍ରଣ୍ଟ (NRF) ପକ୍ଷରୁ ଅସ୍ତ୍ରବିରତି ପାଇଁ ଅପିଲ୍ କରାଯାଇଛି । କଥାବାର୍ତ୍ତାରେ ସମସ୍ୟାର ସମାଧାନ ପାଇଁ କହିଛନ୍ତି ତାଲିବାନ ବିରୋଧୀ । ପଞ୍ଜଶିର ଉପରେ ଲାଗିଥିବା ପ୍ରତିବନ୍ଧକ ଉଠାଇ ଲୋକଙ୍କୁ ଲଢ଼େଇରୁ ଆଶ୍ୱସ୍ତି ଦେବାକୁ କହିଛି ନ୍ୟାସନାଲ୍ ରେଜିଷ୍ଟ୍ରାନ୍ସ ପ୍ରଣ୍ଟ । ଆଗକୁ ତାଲିବାନ କି ପଦକ୍ଷେପ ନେଉଛି ତା ଉପରେ ନଜର ରହିଛି ।

Breaking News