ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣନେଇ ସୂଚନା ମିଳିଛି | ଏନେଇ ଦିଲ୍ଲୀ ସହରକୁ ଖୁଫିଆ ଏଜେନ୍ସି ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଦିଲ୍ଲୀ ପୋଲିସ ଇସ୍ରଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାର ସୁରକ୍ଷାକୁ ବଢ଼ାଇଦିଆଯାଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପିକେଟ ଲଗାଇ ପୋଲିସ ତଦନ୍ତ କରୁଛି । ତେବେ ଆଜି ଅର୍ଥାତ୍ ସେପ୍ଟେମ୍ବର ୬ ହେଉଛି ଇସ୍ରାଏଲର ନୂଆବର୍ଷ । ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ୬ ସେପ୍ଟେମ୍ବରରେ ଇସ୍ରାଏଲର ଲୋକମାନେ ନୂଆବର୍ଷକୁ ପାଳନ କରୁଛନ୍ତି । ଏଥିପାଇଁ ଦୂତାବାସ ଓ ତାର ଆଖପାଖ ଅଞ୍ଚଳରେ ନଜର ରଖାଯାଉଛି । ଦିଲ୍ଲୀ ପୋଲିସ ବ୍ୟତୀତ ସାମରିକ ବାହିନୀଙ୍କୁ ମଧ୍ୟ ଇସ୍ରାଏଲ୍ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନଗୁଡିକର ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିବା ନେଇ ସୂଚନା ମିଳିଛି ।






More Stories
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……
ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ…..