Report Card Odisha

| Daily Odia News

ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି | କର୍ଣ୍ଣାଟକ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସରେ ଏଭଳି ସଂଗୀନ ଘଟଣା ସାମ୍ନାକୁ ଆସିଛି | ଭୁସାଭାଲରୁ ଦିଲ୍ଲୀ ଯାଉଥିବା ଜଣେ ଝିଅଙ୍କ ସହିତ ଏଭଳି ଘଟିଛି । ଉକ୍ତ ଯୁବତୀଙ୍କ ପାଖରେ ଟିକେଟ ପାଇଁ ଟଙ୍କା ନଥିବାବେଳେ ଏହାର ସୁଯୋଗ ନେଇ ପ୍ୟାଣ୍ଟ୍ରି କାର୍ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବାର ସେ ଅଭିଯୋଗ କରିଛନ୍ତି | ଯୁବତୀ ଜଣକ ଭୋପାଳ ଷ୍ଟେସନରେ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ | ଭୋପାଳ ରେଲୱେ ପୋଲିସ ଅଧୀକ୍ଷକ ହିତେଶ ଚୌଧୁରୀ କହିଛନ୍ତି ଯେ ଏହି ଘଟଣା ଦିଲ୍ଲୀର ଜଣେ ୨୧ ବର୍ଷର ଯୁବତୀଙ୍କ ସହିତ ଘଟିଛି। ସେ କର୍ଣ୍ଣାଟକ ସମ୍ପର୍କକ୍ରାନ୍ତିରେ ଦିଲ୍ଲୀ ଯିବା ପାଇଁ ଭୁସାଭାଲରୁ ଯାତ୍ରା ଆରମ୍ଭ କରିଥିଲେ। ସେ ଏସି କୋଚରେ ଯାତ୍ରା କରିଥିଲେ ଓ ସେଠାରେ ପ୍ୟାଣ୍ଟ୍ରି କାରର ଜଣେ କର୍ମଚାରୀ ତାଙ୍କୁ ସାଧାରଣ କୋଚକୁ ଯିବାକୁ କହିଥିଲେ। କିଛି ସମୟ ପରେ ସେ ଦ୍ୱିତୀୟ ଶ୍ରେଣୀ ସଂରକ୍ଷଣ କୋଚ୍ ଏସ-୨କୁ ଯାଇଥିଲେ | ତା’ପରେ ପ୍ୟାଣ୍ଟ୍ରି କାର୍ କର୍ମଚାରୀ ସେଠାକୁ ଆସିଲେ ଏବଂ ତା’ପରେ ସେ ତାଙ୍କୁ ସାଙ୍ଗରେ ପ୍ୟାଣ୍ଟ୍ରି କାରକୁ ନେଇଯାଇଥିଲେ | ସେଠାରେ ତାଙ୍କୁ ଦୁଷ୍କର୍ମ କରି ଚାଲିଯାଇଥିଲେ | ଦୁଷ୍କର୍ମ ଘଟଣା ପରେ ଯୁବତୀ ଜଣକ କାନ୍ଦିଥିଲେ | ଏହା ପରେ ଟ୍ରେନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। ସେ ପୁରା ଘଟଣା ବିଷୟରେ ବର୍ଣ୍ଣନା କରିବା ସହ ଭୋପାଳ ରେଳ ଷ୍ଟେସନକୁ ଟ୍ରେନ ଆସିବା ପରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ଦୁଷ୍କର୍ମ ଘଟଣାରେ ଭୋପାଳ ଜିଆରପି ପୋଲିସ ଷ୍ଟେସନରେ ଏକ ମାମଲା ପଞ୍ଜିକୃତ ହୋଇଥିଲା ଓ ପ୍ୟାଣ୍ଟ୍ରି କାର କର୍ମଚାରୀ ଭୁପେନ୍ଦ୍ର ତୋମାରଙ୍କୁ ଗିରଫ କରାଯାଇଥିବା ଜଣାପଡିଛି |

Breaking News