Report Card Odisha

| Daily Odia News

ପପୁ ଯାଦବଙ୍କୁ ହତ୍ୟା ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାରର ପୁର୍ଣ୍ଣିଆ ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଛି। ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ ବୋଲି ଟେଲିଫୋନ ଜରିଆରେ ଧମକ ଦିଆଯାଇଛି। ଫୋନ କରି ଧମକ ଦେଇଥିବା ବ୍ୟକ୍ତି ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି। ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା କହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତ ଆହୁରି କହିଛି ଯେ, ଲରେନ୍ସ ଜେଲରେ କର୍ମଚାରୀଙ୍କୁ ପ୍ରତି ଘଣ୍ଟାରେ ୧ ଲକ୍ଷ ଟଙ୍କା ଦେଇ ପପୁ ଯାଦବ ସହିତ ଫୋନ ଜରିଆରେ କଥା ହେବାକୁ ଉଦ୍ୟମ କରୁଛି। କିନ୍ତୁ ପପୁ ଯାଦବ ଫୋନ ଉଠାଉ ନାହାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ। ଯଦି ଆଇନ ତାଙ୍କୁ ଅନୁମତି ଦିଏ ସେ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ବୋଲି ପପୁ କହିଥିଲେ।

Breaking News