Report Card Odisha

| Daily Odia News

ଜାଲରେ ପଡିଲା ବିରଳ ମାଛ, ଦାମ ୧୮ ଲକ୍ଷ….

ରିପୋର୍ଟ କାର୍ଡ / ପାରାଦ୍ବୀପ

ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୭ଟି ବିରଳ ତେଲିଆ ବୋରେଇ ମାଛ ପଡିଥିଲା। ପରେ ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦରରେ ଏହି ବିରଳ ମାଛକୁ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ମାଛ କିଲୋ ପାରାଦ୍ବୀପରେ ୬୪୦୦ ଟଙ୍କାରେ ନିଲାମ ହୋଇଥିବାବେଳେ ଦିଘା ବଜାରରେ ଏହି ୧୭ଟି ମାଛର ମୂଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି କାର୍ତ୍ତିକେଶ୍ବର ମତ୍ସ୍ୟ ଉତ୍ପାଦକ ସଂଘ ସମ୍ପାଦକ ପ୍ରକାଶ ଜେନା କହିଛନ୍ତି। ମାଛ ଗୁଡିକୁ ବୋଟର ମାଲିକ କୋଲକାତାର ଦିଘା ନେଇଛନ୍ତି। ଏହି ମାଛର ଅନ୍ତ ଓ ପୁଟାକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ ରହିଛି। ଧରା ପଡ଼ିଥିବା ମାଛ ଅଣ୍ଡିରା ପ୍ରଜାତିର ହୋଇଥିବାରୁ ଏହାର ମୂଲ୍ୟ ବାହାର ବଜାରରେ ଅଧିକ ବୋଲି ବ୍ୟବସାୟୀ ମାନେ କହିଛନ୍ତି। ତେବେ ବିରଳ ପ୍ରଜାତିର ଏହି ମାଛକୁ ଦେଖିବା ପାଇଁ ବହୁ ଦେଖଣାହାରୀ ଏକତ୍ରିତ ହୋଇଥିଲେ।

Breaking News