ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀମାନେ ଏକ ଅଚଳ ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇ ଆଉ ଏକ ଡଙ୍ଗା ଫସିଯାଇଛି। ଅଚଳ ଡଙ୍ଗାକୁ ଟାଣି ଟାଣି ଆଣୁଥିବାବେଳେ ଦଉଡି ଛିଣ୍ଡିଯାଇଛି। ଅନ୍ୟ ଡଙ୍ଗା ସାହାର୍ଯ୍ୟରେ ଫସିଥିବା ଡଙ୍ଗାକୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ପାଗ ଖରାପ ରହିଛି, ମୁହାଣ ମଧ୍ୟ ଅଶାନ୍ତ ରହିଛି। ଫଳରେ ୧୪ ଜଣ ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ଦୁଇଟି ଡଙ୍ଗାର ଇଞ୍ଜିନ୍ ଅଚଳ ହୋଇଯାଇଥିବାରୁ ଅସହାୟ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିବା ଦେଖିବାକୁ ମିଳିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..