ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀମାନେ ଏକ ଅଚଳ ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇ ଆଉ ଏକ ଡଙ୍ଗା ଫସିଯାଇଛି। ଅଚଳ ଡଙ୍ଗାକୁ ଟାଣି ଟାଣି ଆଣୁଥିବାବେଳେ ଦଉଡି ଛିଣ୍ଡିଯାଇଛି। ଅନ୍ୟ ଡଙ୍ଗା ସାହାର୍ଯ୍ୟରେ ଫସିଥିବା ଡଙ୍ଗାକୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ପାଗ ଖରାପ ରହିଛି, ମୁହାଣ ମଧ୍ୟ ଅଶାନ୍ତ ରହିଛି। ଫଳରେ ୧୪ ଜଣ ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ଦୁଇଟି ଡଙ୍ଗାର ଇଞ୍ଜିନ୍ ଅଚଳ ହୋଇଯାଇଥିବାରୁ ଅସହାୟ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିବା ଦେଖିବାକୁ ମିଳିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……