ରିପୋର୍ଟ କାର୍ଡ / ପାରାଦୀପ
ପାରାଦୀପ ପୋର୍ଟ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ସିବିଆଇ ଗିରଫ କରିଥିବା ୬ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ନେବ | ବିଚାର ବିଭାଗୀୟ ହାଜତରେ ଥିବା ଓଏସ୍ଏଲ୍ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର, ଡିଜିଏମ ଅପରେସନ ସୂର୍ଯ୍ୟନାରାୟଣ ସାହୁ, କେସିଟି ଗ୍ରୁପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ର, ଦେବପ୍ରିୟ ମହାନ୍ତି, ପାରାଦୀପ ପୋର୍ଟ ମୁଖ୍ୟଯନ୍ତ୍ରୀ ସରୋଜ କୁମାର ଦାସ ଏବଂ ମଧ୍ୟସ୍ଥତା କରୁଥିବା ସୁମନ୍ତ ରାଉତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିବା ଜଣାପଡିଛି। ରିମାଣ୍ଡରେ ଆଣି ସିବିଆଇ ପୁଣି ମାରାଥନ ଜେରା କରିବ। ଯଦିଓ କିଛିଦିନ ତଳେ ଦ୍ବିତୀୟ ଥର ପାଇଁ ରିମାଣ୍ଡ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଥିଲେ ତେବେ ଏଥର ରିମାଣ୍ଡ ମିଳିବ କି ନାହିଁ ତାହା ଆସନ୍ତା ୨୩ ତାରିଖ ଦିନ ଆବେଦନର ଶୁଣାଣି ବେଳେ ହିଁ ଜଣାପଡ଼ିବ। ସେହିପରି ଲାଞ୍ଚ କାରବାର ନେଇ କେତେକ ଭଏସ୍ ରେକର୍ଡିଂ ସିବିଆଇ ହାତରେ ଲାଗିଛି। ସେ ରେକର୍ଡିଂ କାହାର | ଅଭିଯୁକ୍ତମାନେ କଥାବାର୍ତ୍ତା ହୋଇଥିଲେ ନା ଅନ୍ୟ କାହାର ରେକର୍ଡିଂ | ଏହା ସ୍ପଷ୍ଟ ହେବା ଦରକାର। ତେଣୁ ତା’ର ଫରେନ୍ସିକ୍ ଯାଞ୍ଚ କରିବା ପାଇଁ ମଧ୍ୟ କୋର୍ଟରେ ଆବେଦନ ହୋଇଛି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..