ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକ୍ଟୋବରରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗାମୀ ଛଅରୁ ଆଠ ସପ୍ତାହ ପର୍ଯ୍ୟନ୍ତ ସତର୍କ ଏବଂ ସଚେତନ ରହିବାର ଆବଶ୍ୟକତା ରହିଛି। ତେବେ ଯାଇ କରୋନାର ମୋଟ୍ ମାମଲାରେ ହ୍ରାସ ଦେଖିବାକୁ ମିଳିବ। ସେ ପର୍ଯ୍ୟନ୍ତ ଆମକୁ ସାବଧାନ ରହିବାକୁ ପଡିବ ବୋଲି ଶୁକ୍ରବାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ଦିଲ୍ଲୀର ନିର୍ଦ୍ଦେଶକ ଡ.ଗୁଲେରିଆ କହିଛନ୍ତି। ସେ କହିଛନ୍ତି, କରୋନା ସଂପର୍କିତ ଟିକାକରଣ ଏବଂ ଭ୍ୟାକ୍ସିନର ସମସ୍ତ ତଥ୍ୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ ପଠାଇ ଦିଆଯାଇଛି। ଆଶା କରାଯାଉଛି ଡବ୍ଲ୍ୟୁଏଚଓରୁ ଏହି ଭ୍ୟାକ୍ସିନର ଜରୁରୀକାଳୀନ ମାନ୍ୟତା ମିଳିବ ବୋଲି ଡ.ଗୁଲେରିଆ କହିଛନ୍ତି। ପାର୍ବଣ ଋତୁରେ ସାବଧାନ ନରହିଲେ ସ୍ଥିତି ଜଟିଳ ହୋଇପାରେ ସତର୍କ କରାଇଛନ୍ତି ଗୁଲେରିଆ। ଦେଶରେ କରୋନା ପ୍ରକୋପ ଥମିବାର ନା ନେଉନାହିଁ। ଗତ ୨୪ ଘଣ୍ଟାରେ କରୋନାର ୨୬ ହଜାର ୭୨୭ ନୂତନ ମାମଲା ସାମ୍ନାକୁ ଆସିଛି। ସେହି ପରି ୨୭୭ ଜଣଙ୍କ ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ୨୮ ହଜାର ୨୪୬ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ବଢି ତିନି କୋଟି ୩୦ ଲକ୍ଷ ୪୩ ହଜାର ୧୪୪କୁ ବୃଦ୍ଧି ଘଟିଛି। ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୨୨୪ ରହିଛି। ଦେଶରେ ଏ ପର୍ଯ୍ୟନ୍ତ ମୋଟ୍ ତିନି କୋଟି ୩୭ ଲକ୍ଷ ୬୬ ହଜାର ୭୦୭ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି। ମହାମାରୀ କରୋନାରେ ଏ ପର୍ଯ୍ୟନ୍ତ ଚାରି ଲକ୍ଷ ୪୮ ହଜାର ୩୩୯ ଜଣଙ୍କ ପ୍ରାଣହାନୀ ଘଟିଛି।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..