ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୫ମ ସଂସ୍କରଣରେ ୯ମରୁ ୧୨ଶ ଶ୍ରେଣୀ ପିଲାମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପରୀକ୍ଷା ଆମ ଜୀବନର ଅଂଶବିଶେଷ ଭଳି। ପରୀକ୍ଷାରୁ ପ୍ରାପ୍ତ ଅଭିଜ୍ଞତା ଆବଶ୍ୟକ ବେଳେ କାମରେ ଲାଗେ ବୋଲି ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପ୍ରଧାନମନ୍ତ୍ରୀ କହିଛନ୍ତି। ତାଲ୍କଟୋରା ଷ୍ଟାଡିୟମ୍ରେ ପିଲାମାନଙ୍କୁ ଦେଶରେ ହେବାକୁ ଥିବା ଏପ୍ରିଲ୍ ମାସର ଉତ୍ସବ ଅବସରରେ ଶୁଭକାମନା ଜଣାଇବା ସହ ପରୀକ୍ଷାକୁ କେମିତି ଉତ୍ସବରେ ପରିଣତ କରାଯାଇ ପାରିବ, ତାହା ମଧ୍ୟ କହିଛନ୍ତି। ପରୀକ୍ଷା ସମୟରେ ଭୀତତ୍ରସ୍ତ ପରିବେଶରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସାଙ୍ଗମାନଙ୍କୁ ଅନୁକରଣ କରିବା ଅନାବଶ୍ୟକ। ଯାହା କରୁଛ ପୂର୍ଣ୍ଣ ଆତ୍ମବିଶ୍ବାସର ସହ କର। ମୋର ବିଶ୍ବାସ, ଏଭଳି କଲେ ତୁମେ ମହୋତ୍ସବ ମିଜାଜ୍ରେ ଥିବା ଭଳି ପରୀକ୍ଷା ଦେଇ ପାରିବ। ପ୍ରଧାନମନ୍ତ୍ରୀ ପୁଣି ମଧ୍ୟ କହିଛନ୍ତି ଯେ, ପାଠପଢ଼ାର ମାଧ୍ୟମ ସମସ୍ୟା ନୁହେଁ। ମାଧ୍ୟମ ଉପରେ ମନୋନିବେଶ କରିବା ଗୁରୁତ୍ବପୂର୍ଣ୍ଣ। ଅଫ୍ଲାଇନ୍ରେ ଯାହା ପଢ଼ାଯାଏ, ଅନ୍ଲାଇନ୍ରେ ମଧ୍ୟ ତାହା ପଢ଼ାଯାଏ। ଏହାର ଅର୍ଥ ମାଧ୍ୟମ ସମସ୍ୟା ନୁହେଁ। ଯଦି ବିଷୟବସ୍ତୁ ପ୍ରତି ମନୋନିବେଶ କରାଯିବ ପାଠ ଧରିବାରେ କୌଣସି ପାର୍ଥକ୍ୟ ରହିବ ନାହିଁ।ଅନ୍ଲାଇନ୍ ଶିକ୍ଷା ଜ୍ଞାନ ଆହରଣ ପାଇଁ ନୀତି ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ଅଫ୍ଲାଇନ୍ ଶିକ୍ଷା ଜ୍ଞାନ ଆହରଣ ଏବଂ ପ୍ରୟୋଗ ଆଧାରିତ ହୋଇଥାଏ। ଆପଣାକୁ ଶୃଙ୍ଖଳିତ କରିବା ଲାଗି ଅନ୍ଲାଇନ୍ ଟୁଲ୍ଗୁଡ଼ିକୁ ବ୍ୟବହାର କର।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……