ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନ ସଂସଦରେ ମୋ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବା ପଛରେ ଆମେରିକାର ହାତ ରହିଛି | ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏହି ବୟାନ ପରେ ଆମେରିକା ପ୍ରତିକ୍ରିୟାଶୀଳ ହୋଇଥିବା ସୂଚନା ମିଳିଛି । ଇମ୍ରାନଙ୍କ ମନ୍ତ୍ୟବ୍ୟକୁ କଡ଼ା ନିନ୍ଦା କରିଛି ଆମେରିକା । ଇମ୍ରାନଙ୍କ କଥାରେ ସତ୍ୟତା ନାହିଁ ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ୍ ଡିପାର୍ଟମେଣ୍ଟ ମୁଖପାତ୍ର ନେଡ୍ ପ୍ରାଇସ୍ ଇମ୍ରାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ସାମ୍ବିଧନିକ ପ୍ରକ୍ରିୟା ଏବଂ ରୁଲ ଅଫ ଲକୁ ଆମେରିକା ସମର୍ଥନ ଓ ସମ୍ମାନ କରେ। ପ୍ରାଇସ୍ କହିଛନ୍ତି ଯେ, ତାଙ୍କୁ କ୍ଷମତାରୁ ହଟାଇଦେବା ପାଇଁ ଇମ୍ରାନ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ। ପାକିସ୍ତାନର ବିରୋଧୀ ଦଳ ସହ ଆମେରିକା ହାତ ମିଳାଇ ନାହିଁ। ସେହିପରି ବିଦେଶରୁ ଇମ୍ରାନଙ୍କ ଜୀବନ ପ୍ରତି ବିପଦ ଥିବା ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଏକ ଅପପ୍ରଚାର। ସେ କହିଛନ୍ତି ଯେ, ଆମେ ପାକିସ୍ତାନର ବିକାଶକୁ ଅତି ପାଖରୁ ଅନୁସରଣ କରୁଛୁ। ଆମେ ପାକିସ୍ତାନର ସାମ୍ବିଧାନିକ ବିଧ ବ୍ୟବସ୍ଥା ଏବଂ ରୁଲ ଅଫ ଲକୁ ସମ୍ମାନ ଜଣାଉଛୁ ବୋଲି ପ୍ରାଇସ କହିଛନ୍ତି। ସେପଟେ ସଂସଦରେ ସଂଖ୍ୟାର ଗରିଷ୍ଠତା ହରାଇ ଅଡ଼ୁଆରେ ପଡ଼ିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦମ୍ଭ ଏଯାଏ ଭାଙ୍ଗିନି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ମଧ୍ୟ ସେ ଶେଷ ଯାଏ ଲଢ଼େଇ କରିବେ ଓ କେବେ ହେଲେ ଇସ୍ତଫା ଦେବେ ନାହିଁ ବୋଲି ଗତକାଲି ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। ଗତକାଲି ସଂସଦରେ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ହେବାର ଥିଲା। କିନ୍ତୁ ସଂସଦକୁ ଉପ ବାଚସ୍ପତି କ୍ୱାସୀମ ସୁରୀ ଏପ୍ରିଲ ୩ ତାରିଖ ଯାଏ ମୁଲବତୀ ଘୋଷଣା କରିଛନ୍ତି। ଏହାପରେ ଇମ୍ରାନ ଖାନ ଦେଶବାସୀଙ୍କୁ ସମ୍ବୋଧନ କରି ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଶକ୍ତିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।
More Stories
ହମାସ୍କୁ ଟମ୍ପ୍ରଙ୍କ ଧମକ, ମଧ୍ୟପ୍ରାଚ୍ୟରେ ବିନାଶ ଆରମ୍ଭ ହେବ…..
ସ୍ବର୍ଣ୍ଣ ମନ୍ଦିର ପରିସରରେ ଗୁଳିମାଡ଼…..
ଗଣହତ୍ୟାର ମାଷ୍ଟରମାଇଣ୍ଡ ହେଉଛନ୍ତି ମହମ୍ମଦ ୟୁନୁସ…..