Report Card Odisha

| Daily Odia News

ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଲୋକସଭା ଓ ରାଭ୍ୟସଭାରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଲୋକସଭା ଅଧିବେଶନ ପ୍ରାୟ ୧୦ମିନିଟ ଚାଲିଥିଲା, ସେପଟେ ରାଜ୍ୟସଭା ଅଧିବେଶନ ଦୁଇ ଘଣ୍ଟା ଚାଲିଥିଲା । ଉଭୟ ଗୃହର କାର୍ଯ୍ୟ ଏବେ ମାର୍ଚ୍ଚ ୯ତାରିଖରେ ପୁନର୍ବାର ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଗୃହ ବସିବା ମାତ୍ରେ ବିରୋଧୀ ସାଂସଦମାନେ “ହରଦୀପ ପୁରୀ, ଇସ୍ତଫା ଦିଅନ୍ତୁ!” ନାରାବାଜି କରିବା ଆରମ୍ଭ କଲେ, ପାଞ୍ଚ ମିନିଟ୍ ପରେ ଗୃହକୁ ମୁଲତବୀ ଘୋଷଣା କରାଗଲା। ପ୍ରଥମେ ମୁଲତବୀ ହୋଇ ଗୃହ ଦିନ ୧୨ଟାରେ ପୁନର୍ବାର ଆରମ୍ଭ ହୋଇଥିଲା। ଏଥର ହଟ୍ଟଗୋଳ ମଧ୍ୟରେ, ଶିକ୍ଷା ଏବଂ ଆଇନ ମନ୍ତ୍ରଣାଳୟ ସହ ଜଡିତ କିଛି ବିଲ୍ ଆଗତ କରାଯାଇଥିଲା। ଏହା ପରେ, ଅଧ୍ୟକ୍ଷା ସନ୍ଧ୍ୟା ରାୟ ଲୋକସଭାକୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଉଭୟ ଗୃହକୁ ମାର୍ଚ୍ଚ ୯ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ସଂସଦର ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ପ୍ରଥମଟି ଜାନୁଆରୀ ୨୮ ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ। ଦ୍ୱିତୀୟ ପର୍ଯ୍ୟାୟ ୨୩ ଦିନ ବିରତି ପରେ ମାର୍ଚ୍ଚ ୯ ତାରିଖରେ ଆରମ୍ଭ ହେବ ଏବଂ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

Breaking News