Report Card Odisha

| Daily Odia News

ବଜେଟ ଅଧିବେଶନ ପଶ୍ଚାତାପର ସମୟ !

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ରଖିଛନ୍ତି । ପରୋକ୍ଷରେ ସଂସଦରେ ନାରାବାଜି କରୁଥିବା ସାଂସଦଙ୍କୁ କଡା ସମାଲୋଚନା କରିଛନ୍ତି । କାହାର ନାମ ନନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଲୋକ ଅଭ୍ୟାସଗତ ଭାବେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି । ବିଗତ ୧୦ ବର୍ଷରେ ଆପଣମାନେ କଣ କରିଛନ୍ତି ସମୀକ୍ଷା କରନ୍ତୁ । ଆପଣଙ୍କ ବ୍ୟବହାରକୁ ନେଇ ଲୋକେ କଣ କହୁଛନ୍ତି ପଚାରି ବୁଝନ୍ତୁ । ବଜେଟ ଅଧିବେଶନ ସେମାନଙ୍କ ପାଇଁ ପଶ୍ଚାତାପର ସମୟ ବୋଲି ମୋଦୀ କହିଛନ୍ତି । ଏପରି କରୁଥିବା ଲୋକମାନେ ଆନ୍ତରିକତା ଦେଖାଇବା ଉଚିତ । ଆଜି ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲୋକସଭାର ଏହା ହେଉଛି ଶେଷ ଅଧିବେଶନ । ଆସନ୍ତା ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ ।

 

Breaking News